ଆଇଆଇଟି ଭୁବନେଶ୍ୱରକୁ ସଡ଼କ ସୁରକ୍ଷା ଦାୟିତ୍ୱ

ଭୁବନେଶ୍ୱର() ଯାନବାହନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ୍ କରିବ ଆଇଆଇଟି ଭୁବନେଶ୍ୱର । ଏହି ସଂସ୍ଥା ୬ ମାସରେ ଅଡିଟ୍ କରି ରିପୋର୍ଟ ପ୍ରଦାନ କରିବ। ସଡ଼କ ଦୁର୍ଘଟଣା ସମୀକ୍ଷା ପରେ ବୁଧବାର ପରିବହନ ସଚିବ ଜି.ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଇଞ୍ଜିନିୟରିଂ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ କରିବେ। ଚିହ୍ନଟ ହୋଇଥିବା ୫ଟି ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ସମ୍ବଲପୁର, ଜୟପୁର, ଝାରସୁଗୁଡ଼ାରେ ମଧ୍ୟ ଦୁର୍ଘଟଣାଗ୍ରସ୍ତଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ। ରାଜପଥରେ ୧୪୫୨ଟି ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି। ଖୁବ୍ଶୀଘ୍ର ସେଗୁଡ଼ିକର ମରାମତି କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen − fifteen =