ବିନ୍ଦୁସାଗର ପୁଷ୍କରିଣୀର ହେବ ରୂପାନ୍ତରଣ

ଭୁବନେଶ୍ବର () ପୁରୁଣା ଭୁବନେଶ୍ବରର ସାମାଜିକ ଓ ସାଂସ୍କୃତିକ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଐତିହାସିକ ବିନ୍ଦୁସାଗର ପୁଷ୍କରିଣୀର ହେବ ରୂପାନ୍ତରଣ । ବିନ୍ଦୁସାଗରର ପ୍ରତିଟି ଜଳ ବିନ୍ଦୁ ହେବ ସ୍ବଚ୍ଛ । ୫ଟି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ବିଶୋଧନ ପ୍ରକଳ୍ପ । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଓ ଗୌରବ ଗାଥାକୁ ସାରା ବିଶ୍ୱରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । 5-T ଅଧୀନରେ ବିଭିନ୍ନ ଯୋଜନା ଚାଲିଛି । ଏହି ଯୋଜନାରେ ଆରମ୍ଭ ହେଉଛି ବିନ୍ଦୁସାଗର ଜଳକୁ ସ୍ୱଚ୍ଛ କରିବା କାମ । ବିନ୍ଦୁସାଗର ରାଜ୍ୟର ଏକ ପ୍ରସିଦ୍ଧ ତୀର୍ଥ ପୁଷ୍କରିଣୀ । ମହାପ୍ରଭୁଙ୍କ ନୀତି ସହ ଏହାର ସମ୍ପର୍କ ରହିଛି । ଭୁବନେଶ୍ୱର ଲୋକଙ୍କ ସାମାଜିକ ଜୀବନ ସହିତ ଏହା ଜଡ଼ିତ । ସାରା ଭାରତର ତୀର୍ଥଜଳ ଏଠାରେ ପଡ଼ିଛି । ଏକତା ଓ ଜାତୀୟ ସଂହତିର ପ୍ରତୀକ ବିନ୍ଦୁସାଗର । ଏହାର ଜଳକୁ ସ୍ୱଚ୍ଛ ରଖିବା ଆମର ନୈତିକ ଦାୟିତ୍ୱ । ଏକାମ୍ର ଅଞ୍ଚଳରେ ଥିବା ୨୦ରୁ ଅଧିକ ପୋଖରୀକୁ ସ୍ୱଚ୍ଛ ରଖିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୩ ଶହ ଫୁଟ୍ ଲମ୍ବ ଓ ୭ ଶହ ଫୁଟ୍ ଚଉଡ଼ାର ଏହି ପବିତ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଇଓସିଏଲ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ୭୦ଲକ୍ଷ ଟଙ୍କା ପ୍ରଦାନ କରିଛି । ବିଶୋଧନ ପାଇଁ ବିନ୍ଦୁସାଗର ଚାରିପାଖରେ ସ୍ବତନ୍ତ୍ର ଅତ୍ୟାଧୁନିକ ଯନ୍ତ୍ରପାତି ଲାଗି ଏଡିସି ରିଆକ୍ଟର ସହ ୪ଟି ପମ୍ପ ସିଷ୍ଟମ ଲଗାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି -ଆଇସିଟି ଏବଂ ଓଡ଼ିଶା ବ୍ରିଜ୍ କର୍ପୋରେସନର ମିଳିତ ତଦାରଖରେ ସମ୍ପନ୍ନ ହେବ । ସ୍ବଚ୍ଛ ଜଳ ହିଁ ସମ୍ବୃଦ୍ଧ ଜୀବନ । ସମସ୍ତଙ୍କ ସହଯୋଗରେ ଏହି ରୂପାନ୍ତରଣ କାର୍ଯ୍ୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 2 =