ଆରମ୍ଭ ହେଲା ଅପରେସନ ଶୁଭାରମ୍ଭ, କେରଳରୁ ଯାତ୍ରା ଆରମ୍ଭ

ଭୁବନେଶ୍ୱର ()ବିଭିନ୍ନ ରାଜ୍ୟରେ ଫସିଥିବା ଲୋକଙ୍କୁ ଟେ୍ରନ ଯୋଗେ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ଅପରେସନ ଶୁଭଯାତ୍ରା । ପ୍ରଥମ ପର୍ଯ୍ୟାୟରେ କେରଳରୁ ଆସୁଛନ୍ତି ପ୍ରବାସୀ ଓଡିଆ । ୧୧୫୦ ଜଣ ଓଡିଆ ଏକ ସ୍ୱତନ୍ତ୍ର ଟ୍ରେନ କେରଳରୁ ଆସୁଛନ୍ତି । ଏହି ଟ୍ରେନଟି ୨ଟି ଷ୍ଟେସନରେ ଅଟକିବ । ଗଂଜାମ ଜିଲ୍ଲାର ଜଗନ୍ନାଥପୁର ଏବଂ ଖୋର୍ଦ୍ଧା ଖୋର୍ଦ୍ଧା ରୋଡ । ଆସନ୍ତାକାଲି ସକାଳେ ଓଡିଶାରେ ପହଁଚିବ ଟ୍ରେନ।

ଏହି ଅପରେସନ ପ୍ରଥମେ କେରଳ ସରକାରଙ୍କ ସହଯୋଗରେ ଆରମ୍ଭ ହୋଇଛି । ଏହି ମଡେଲ ଏକ ଜାତୀୟ ମଡେଲ ସମକକ୍ଷ ହୋଇଥିବା ବେଳେ ଓଡିଶାର ମୁଖ୍ୟ ଶାସନ ସଚିବ ଏହାକୁ ଅନ୍ୟ ରାଜ୍ୟ ସହ ସେୟାର ମଧ୍ୟ କରିଛନ୍ତି । ଏଥିପାଇଁ କେରଳ ସରକାର ଗଠନ କରିଥିଲେ ୧୨ଟି ଟିମ । କେରଳର ରାଜସ୍ୱ ଓ ସ୍ୱାସ୍ଥ୍ୟ ବିଭାଗ ସହ ପୋଲିସ ସେଠାରେ ରହୁଥିବା ସବୁ ଓଡିଆଙ୍କ ସହ ଯୋଗାଯୋଗ କରିଥିଲେ । ସମସ୍ତଙ୍କ ସହ କଥା ହୋଇ ପ୍ରଥମେ ଓଡିଶା ଫେରିବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି । ସେହି ଅନୁସାରେ ସେମାନଙ୍କ ଲକ୍ଷଣ ପରୀକ୍ଷଣ କରାଯାଇ ସେମାନଙ୍କୁ ମେଡିକାଲ ସାଟଫିକେଟ ପ୍ରଦାନ କରିଛନ୍ତି ।

ପ୍ରଥମ ଟ୍ରେନରଜ ୨୩ଟି ଜିଲ୍ଲାର ଲୋକେ ଫେରୁଛନ୍ତି । ସେମଧ୍ୟରେ କନ୍ଧମାଳର ୩୮୨ ଜଣ ଥିବା ବେଳେ କେନ୍ଦ୍ରାପଡାର ୨୮୨ ଜଣ ଓ ଗଂଜାମର ୧୩୦ ଜଣ ଅଛନ୍ତି । ଦକ୍ଷିଣ ଓଡିଶାର ଲୋକେ ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇବେ । ଅନ୍ୟମାନେ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଓହ୍ଲାଇବେ । ଜିଲ୍ଲାୱାରୀ ସେମାନଙ୍କୁ ଫେରାଇନେବାକୁ ବସ ପ୍ରସ୍ତୁତ ହୋଇଛି । ନିଜ ନିଜ ଜିଲ୍ଲାକୁ ଫେରିବା ପରେ ସେମାନେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ ।

Share

Leave a Reply

Your email address will not be published. Required fields are marked *

5 × 5 =