ଓଡ଼ିଆ ପିଲାଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ

ଭୁବନେଶ୍ୱର() ପରୀକ୍ଷାର୍ଥୀଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ଗୋଟିଏ ଟ୍ରେନ୍ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ । ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନଟି ରାତି ୮ଟାରେ ବାହାରିବ । ସେହିଭଳି ଦ୍ୱିତୀୟ ଟ୍ରେନଟି ସମ୍ବଲପୁର ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଏହା ପୁରୀରୁ ରାତି ୧୧ଟାରେ ବାହାରିବ ।

୧୨୦ ପଦାତିକ ବାହିନୀରେ ନିଯୁକ୍ତି ପାଇଁ ଭୁବନେଶ୍ଵରରେ ପରୀକ୍ଷାର୍ଥୀଙ୍କ ସୂଅ ଛୁଟିଛି। ରାଜ୍ୟ ସହିତ ବାହାର ରାଜ୍ୟରୁ ହଜାର ହଜାର ସଂଖ୍ୟକ ପିଲା ଭୁବନେଶ୍ଵର ଆସିଛନ୍ତି। ଭୁବନେଶ୍ଵର ଆସିଥିବା ଓଡ଼ିଶା ପିଲାଙ୍କ ଘରବାହୁଡ଼ା ପାଇଁ ରେଳବାଇ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଟ୍ରେନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

four + 20 =