ଆସନ୍ତାକାଲିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସହିତ ମୌସୁମୀ ପ୍ରବାହ ସଂପୃକ୍ତ ହୋଇ ଅଧିକ ସଂଗଠିତ ହେବା ସହିତ ରାଜ୍ୟରେ ଆଗାମୀ ଦୁଇରୁ ତିନି ଦିନ ପର‌୍ୟ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସ୍ଥିତି ମଜବୁତ ହେଉଛି । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଓଡିଶାରେ ଆଗକୁ ବଢିବାର ସମ୍ଭାବନା ରହିଛି ବୋଲି ବୁଧବାର ଭାରତ ପାଣିପାଗ ବିଭାଗ କହିଛି।

ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟା ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ହେବାର ମଧ୍ୟ ସମ୍ଭାବନା ରହିଛି । କେତେକ ସ୍ଥାନ ଭୂସ୍କଳ ହେବାର ମଧ୍ୟ ସମ୍ଭାବନା ରହିଛି । ଭୂସ୍କଳନ ହେବା ଜିଲ୍ଲା ଗୁଡିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳକୁ ନେବା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଦପଜନକ ନଦୀବନ୍ଧ ଉପରେ ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କ ତାଗିତ୍ ।

ମୟୂରଭଞ୍ଜ, କେଓନହାର, ଭଦ୍ରକ, ବାଲାସୋର, ଜଜପୁର, ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା, ବରଗଡ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କାଲାହାଣ୍ଡି, କାନ୍ଦମାଳ , ବୌଦ୍ଧ, ସୋନପୁର ଏବଂ ଜିଲ୍ଲାମାନଙ୍କରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

fifteen − fourteen =