ଆଜି ମହାପ୍ରଭୁଙ୍କ ରାହୁରେଖା ନୀତି

ପୁରୀ: ଶ୍ରୀକ୍ଷେତ୍ରରେ ସବୁଦିନ ଯାତ୍ରା । କାଳିଆ ଠାକୁରଙ୍କ ନୀତି ନିୟମ ନିଆରା । ତେବେ ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ହୋଇଥିବାରୁ ମହାପ୍ରଭୁଙ୍କ ରାହୁରେଖା ନୀତି ସମ୍ପନ୍ନ ହେବ । ଏଣୁ ଅପରାହ୍ନ ୨ ଟାରୁ ସର୍ବସାଧାରଣଙ୍କ ପାଇର୍ ଦର୍ଶନ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁରେଖା କୁହାଯାଏ । ରାହୁରେଖା ଲାଗିବାପରେ ଠାକୁରଙ୍କୁ ମହାସ୍ନାନ ନୀତି ବଢି ପରିବର୍ତ୍ତନ ନୀତି ଆରମ୍ଭ ହେବ ।
ଅପରାହ୍ନରେ ଦଇତାପତି ସେବକମାନେ ରାହୁରେଖା ଲାଗି ନୀତି ପାଇଁ ସେବା କରିବେ । ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

nineteen + 7 =