ମିଳିତ କୃଷକ ସଂଗଠନ ବନ୍ଦ କଲା କଚେରୀ : କୋର୍ଟରୁ ଫେରିଲେ ବିଚାରପତି

ବଲାଙ୍ଗୀର: ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗୀର ସହରରେ ଏହାର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ମିଳିତ ଚାଷୀ ସଂଗଠନ ତଥା ବନ୍ଦ ପାଳନକୁ ସମର୍ଥନ କରୁଥିବା ସଂଗଠନ ମାନଙ୍କ ପକ୍ଷରୁ ସ୍ଥାନୀୟ କଚେରୀ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି ବଲାଙ୍ଗୀର ସିଭିଲ କୋର୍ଟ ସମ୍ମୁଖରେ ଆନ୍ଦୋଳନକାରୀ ମାନେ ଏକଜୁଟ ହୋଇ ଜିଲ୍ଲା ଜର୍ଜ ସହ ଅନ୍ୟ ଜର୍ଜ ମାନଙ୍କୁ କୋର୍ଟ କାମ ବନ୍ଦ କରିବାକୁ ଅନୁରୋଧ କରିବା ପରେ ଜ୍ଜ ମାନେ ଫେରି ଯାଇଥିଲେ । ସିଭିଲକୋଟ ସାମ୍ନାରେ ଆନ୍ଦୋଳନକାରୀ ଚାଷୀ ନେତା ଯତି ପଧାନ, ଆକାଶ ମିଶ୍ର, ଅରୁଣ ମିଶ୍ର, ଚଗଲା ପରିଚ୍ଛା, ସାନନ୍ଦ ମିଶ୍ର, ସିଦ୍ଧାର୍ଥ ମିଶ୍ର, ବାର୍ଏସୋସିଏସନ୍ ସଦସ୍ୟ ଗୋପାଳ ପାଣିଗ୍ରାହୀ, ପ୍ରମୋଦ ତ୍ରପାଠୀ, ମଦନ ଗୋପାଳ ସାହୁ, ଉମାକାନ୍ତ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × 4 =