ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଆଜି ପୁଣି ୫ଶହ ତଳକୁ ଖସିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୪୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ୧୮୬, ସଙ୍ଗରୋଧରୁ ୨୫୮ ଓ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୫୯ ଜଣ। ୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୮, ବାଲେଶ୍ୱର ୧୬, ବରଗଡ ୧, ଭଦ୍ରକ ୪, ବଲାଙ୍ଗୀର ୩, କଟକ ୭୩, ଦେଓଗଡ ୧, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୧୩, ଯାଜପୁର ୨୨, ଝାରସୁଗୁଡା ୩, କେନ୍ଦ୍ରାପଡା ୫, କେନ୍ଦୁଝର ୩, ଖୋର୍ଦ୍ଧା ୧୭୦, ମୟୁରଭଞ୍ଜ ୩୭, ନୟାଗଡ ୮, ନୂଆପଡା ୧, ପୁରୀ ୭, ରାୟଗଡା ୯, ସମ୍ବଲପୁର ୭, ସୋନପୁର ୨, ସୁନ୍ଦରଗଡ ୫, ଷ୍ଟେଟ ପୁଲରୁ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪,୭୬୪କୁ ବୃଦ୍ଧି ପାଇଛି। ୧୦,୧୦,୮୨୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫,୭୦୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

six − 4 =