କିନ୍ନରଙ୍କ ଲାଗି ସ୍ୱତନ୍ତ ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ବିଏସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଉଛି ଟିକା । ବିନା ସ୍ଲଟ ବୁକିଂରେ ସେସନ ଜରିଆରେ ଟିକା ଦିଆଯାଉଛି । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ କରାଯାଇ ଟିକାକରଣ କରାଯାଉଛି । ୟୁନିଟ୍ ୯ ଭୁବନେଶ୍ୱରସ୍ଥିତ ବାଳକ ବିଦ୍ୟାଳୟରେ ୧୦୦ଜଣ କିନ୍ନରଙ୍କ ଟିକାକରଣ ହେଉଛି । କରୋନା ଟିକାକରଣ ଲାଗି ବିଏମସି ପକ୍ଷରୁ ବିଭିନ୍ନ ସୁବିଧା କରାଯାଇଛି । ବିଭିନ୍ନ ବର୍ଗର ଲୋକଙ୍କ ଲାଗି ଟିକାକରଣ ସୁବିଧା କରାଯାଇଛି । ପୂର୍ବରୁ ବୟସ୍କ ଓ ଶାରିରୀକ ଅକ୍ଷମ ଲୋକଙ୍କ ଲାଗି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ କିନ୍ନରଙ୍କ ଲାଗି ଟିକାକରଣ ବ୍ୟବସ୍ଥାକୁ ସାଧାରଣରେ ପ୍ରଂଶସା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

20 − 18 =