ସୁନ୍ଦରୀ ରହିବ କେଉଁଠି ?

ଟ୍ରାଙ୍କୁଲାଇଜର ଦିଆଯାଇ ମଣିଷଖିଆ ସୁନ୍ଦରୀକୁ ଅଣାଯିବା ପରେ ତାଙ୍କୁ ନେଇ ଅଡୁଆ ବଢିବାରେ ଲାଗିଛି । ସୁନ୍ଦରୀକୁ ନନ୍ଦନକାନନରେ ରଖିବା ପାଇଁ ଉଦ୍ୟମ ହେଉଥିବା ବେଳେ ସେଂଟ୍ରାଲ ଜୁ ଅଥରିଟି ଆପତି ଉଠାଇଛନ୍ତି । ସୁନ୍ଦରୀକୁ ନନ୍ଦନକାନନରେ ରଖିବାକୁ ଜୁ ଅଥରିଟି ବାରଣ କରିଛନ୍ତି । ଜାତୀୟନୀତିର ଏହା ବିରୁଦ୍ଧାଚରଣ କରୁଛି ବୋଲି ଜୁ ଅଥରିଟି କହିଛନ୍ତି । ଯେଉଁ ଜନ୍ତୁଙ୍କୁ ଜଙ୍ଗଲରୁ ଧରାହୋଇଥାଏ ସେମାନଙ୍କୁ ଚିଡିଆଖାନରେ ରଖାଯାଇପାରିବ ନାହିଁ । ଏସଂକ୍ରାନ୍ତରେ ଜୁ ଅଥରିଟି ପିସିସିଏଫଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏନେଇ ଜଙ୍ଗଲ ବିଭାଗ ବର୍ତମାନ ଅଡୁଆରେ ପଡିଛି ତେବେ ସୁନ୍ଦରୀର ଆଚରଣ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ପଠାଇବାକୁ ପିସିସିଏଫ କେନ୍ଦ୍ରକୁ ଅନୁରୋଧ କରିବେ ବୋଲି ସୁଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 2 =