ରିଲିଜ ହେଲା ହକି ମ୍ୟୁଜିକ ଭିଡିଓ

ଭୁବନେଶ୍ବର () ହକି ବିଶ୍ବକପ ପାଇଁ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ଦୀପାବଳି ଅବସରରେ ଏହି ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । 2.20 ମିନିଟର ଏହି ମ୍ୟୁଜିକ ଭିଡିଓ ଟି ବେଶ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଏଥିରେ ସବୁ ବର୍ଗର ଏବଂ ସବୁ ବୟଷର ଲୋକଙ୍କୁ ସାମିଲ କରାଯାଇଛି ।

ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ, ଏହି ମ୍ୟୁଜିକ ଭିଡିଓକୁ କ୍ରିଡା ଓ ଯୁବ ବ୍ୟାପାର ବିଭାଗ ସୋସିଆଲ ମିଡିଆରେ ଉଦଘାଟନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହକି ତାରକା ଦିଲ୍ଲୀପ ତିର୍କୀ, କ୍ରିଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଏହି ଭିଡିଓରେ ସ୍ଥାନ ପାଇଛନ୍ତି ।

ବଲିଉଡ କଣ୍ଠଶିଳ୍ପୀ ମିକା ସିଂହ ଏହି ମ୍ୟୁଜିକ ଭିଡିଓ ପାଇଁ କଣ୍ଠ ଦାନ କରିଥିବା ବେଳେ ଏଥିରେ ଓଡିଶାର ବିଶ୍ବ ପ୍ରସିଦ୍ଧ ଓଡିଶି ଓ ସମ୍ବଲପୁରୀ ନ୍ୟୃତ ବି ସ୍ଥାନ ପାଇଛି । ସ୍କୁଲ, କଲେଜ, ବୟଷ୍କ, ହକି ପ୍ରେମୀ, ଯୁବ ବର୍ଗ ସବୁ ଶ୍ରେଣୀର ଲୋକ ଏହି ମ୍ୟୁଜିକ ଭିଡିଓରେ ସ୍ଥାନ ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − ten =