ନିଲମ୍ୱିତ ହେଲେ ଦୁଇ ବନ କର୍ମଚାରୀ

ଡେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର‌୍ୟ୍ୟନୁଷ୍ଠାନ ହୋଇଛି। ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ ଡିଏଫ୍ଓ। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଛି।
ବରଗଡ଼ ଭଟଲି ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗାଁ ନିକଟ ଦାମୋଦର ପଡ଼ା ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ସେପଟେ ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ କରିଛି ବନବିଭାଗ। ଡେବ୍ରିଗଡ ଡଙ୍ଗଲରେ ଲାଗିବ ସିସି କ୍ୟାମେରା। ବାଘର ପଦଚିହ୍ନ ମାଧ୍ୟମରେ ବାଘ ଚିହ୍ନଟ ହେବ। ପୂର୍ବରୁ ମାଓବାଦୀଙ୍କ କାର‌୍ୟ୍ୟକଳାପ ଯୋଗୁ କ୍ୟାମେରା କଡାଯାଇଥିଲା। ଏନ୍ଟିସିଏ ଗାଇଡ୍ଲାଇନ୍ ଅନୁଯାୟୀ କାର‌୍ୟ୍ୟ କରାଯାଉଛି। ବନବିଭାଗର କାର‌୍ୟ୍ୟାନୁଷ୍ଠାନ ନେଇ ଏହି ସୂଚନା ଦେଇଛନ୍ତି ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ ସନ୍ଦୀପ ତ୍ରିପାଠୀ।

Share

Leave a Reply

Your email address will not be published. Required fields are marked *

four × three =