ଜଙ୍ଗଲ ଜମି ଅଧିକାର ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ

ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ନେଇ ସୁପ୍ରିମକୋର୍ଟ ଦେଇଥିବା ନିଜ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହାସହ ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଜମି ଅଧିକାର ନେଇ ଆବଦନ ଖାରଜ କରିବାର ପ୍ରକ୍ରିୟା କଣ ଥିଲା । ଏହାସହ ଜଙ୍ଗଲ ଜମି ଅଧିକାର ପ୍ରଦାନ ନେଇ କଣ ପ୍ରକ୍ରିୟା ରହିଛି । ଏ ସବୁର ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି । ଏହାସହ ରାଜ୍ୟସ୍ତରୀୟ ତଦାରଖ କମିଟି ଆବେଦନ ଓ ଖାରଜ ପ୍ରକ୍ରିୟାର ତଦାରଖ କରିଛି କି ନାହିଁ ତାର ରିପୋର୍ଟ ଦେବାକୁ କୁହାଯାଇଛି । ଫେବ୍ରୁଆରି ୧୩ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଯେଉଁ ଆଦିବାସୀମାନଙ୍କ ଜଙ୍ଗଲ ଅଧିକାର ଆଇନରେ ଜମି ଅଧିକାର ନେଇ ଆବେଦନ ଖାରଜ ହୋଇଛି ସେମାନଙ୍କୁ ଜଙ୍ଗଲରୁ ଉଚ୍ଛେଦ କରାଯାଉ। ଏହାଫଳରେ ଦେଶରେ ପ୍ରାୟ ୧୧ ଲକ୍ଷ ୮୦ ହଜାର ଆଦିବାସୀ ପ୍ରଭାବିତ ହୋଇଥାନ୍ତେ। ଓଡ଼ିଶାରେ ୧ ଲକ୍ଷ ୨୨ ହଜାର ୨୫୦ ଆଦିବାସୀ ଜଙ୍ଗଲରୁ ଉଚ୍ଛେଦ ହେବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। ଆବଶ୍ୟକ ପଡିଲେ ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯିବ। ବର୍ତ୍ତମାନ ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

Share

Leave a Reply

Your email address will not be published. Required fields are marked *

12 + 13 =