Friday, October 30, 2026
Latestରାଜ୍ୟ

ସମ ଅଲ୍ଲଟିମେଟରେ ବିରଳ ଚିକିତ୍ସା

ଭୁବନେଶ୍ବର() କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ  ଥାଇ   ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ  ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି ।

 ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ ହେମନ୍ତ କୁମାର ମହାପାତ୍ର ଙ୍କୁ ପ୍ରଥମେ  ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟି ନଥିବା ବେଳେ ଆର୍ଥିକ ଭାବେ ସମସ୍ୟା ର ସମ୍ମୁଖୀନ ହୋଇଥିଲେ । ଠିକ ଏହି ସମୟରେ ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ମଧ୍ୟ ତାଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ । ଏହି ଘଟଣାରେ  ବିବ୍ରତ ହୋଇ ତାଙ୍କ ପରିବାର ତାଙ୍କୁ ନୂଆ କରି ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ହସ୍ପିଟାଲ ସମ ଅଲଟିମେଟ ମେଡିକେଆର ରେ ଚିକିତ୍ସା କରାଇବାର ନିଷ୍ପତି ନେଇଥିଲେ ।

ତାଙ୍କୁ ସମମ ରେ ଭର୍ତି କରାଯିବା ପରେ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ରୋଗୀଜଣକ କ୍ରନିକ ଅବଷ୍ଟ୍ରକଟିଭ ପାଲମୂନାରୀ ଡ଼ିସିଜ (ସିଓପିଡି ), ଇଣ୍ଟରଷ୍ଟିସିଆଲ ଲଙ୍ଗ ଡ଼ିସିଜ (ଆଇଏଲଡି )ଏବଂ ଡାଇବେଟିସ ରୋଗରେ ପୀଡିତ ଥିଲେ ।

ସମମ ର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କ ନେତୃତ୍ୱ ରେ ଡାକ୍ତର, ନର୍ସ ଓ ପାରାମେଡିକାଲ ଟିମ ହେମନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପରିବାରକୁ ବୁଝାଇବା ସହ ତାଙ୍କୁ ସୁସ୍ଥ କରିବା ନିମନ୍ତେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ।

ଦୀର୍ଘ ଏକମାସ ଧରି ସମମ ର ଡାକ୍ତରୀ ଟିମ ତାଙ୍କୁ ନିରନ୍ତର ଓ ଉପଯୁକ୍ତ  ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଡାକ୍ତର ଆନନ୍ଦ ମିଶ୍ର, ଡାକ୍ତର ଅଭିଜିତ ରାହା ଏବଂ ଡାକ୍ତର ଅରୁଣ କୁମାର ସାହୁଙ୍କୁ ନେଇ ଗଠିତ ମଲ୍ଟିଡିସିପ୍ଲିନାରୀ କ୍ରିଟିକାଲ କେୟାର ଟିମ ତାଙ୍କର ଚିକିତ୍ସା କରିଥିଲେ । ନ୍ୟୁଟ୍ରିସନିଷ୍ଟ ଶ୍ରୀମତୀ ସୁଶ୍ରୀ ସଂଗୀତା ଜେନା ଏବଂ ଫିଜିଓଥେରାପିଷ୍ଟ ଡାକ୍ତର ପ୍ରିୟବ୍ରତ ସ୍ୱାଇଁ ରୋଗୀଙ୍କ ଶାରୀରିକ ଚିକିତ୍ସା ଓ ପୋଷଣର ତଦାରଖ କରିଥିଲେ । 

ସମର କ୍ରିଟିକାଲ କେୟାର ଟିମ, ବିଶେଷ ଭାବେ  ବିଶେଷଜ୍ଞ ଓ ମେଡିକାଲ ଷ୍ଟାଫଙ୍କ ଚିକିତ୍ସା ଓ ଯତ୍ନ, ସହଯୋଗ, ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର ଏବଂ ପ୍ରଚେଷ୍ଟା ଯୋଗୁଁ ହି ହେମନ୍ତ ସମ୍ପୂର୍ଣ ସୁସ୍ଥ ହୋଇ ପାରିଛନ୍ତି । ଏହାର ସବୁ ଶ୍ରେୟ ସମମ ଟିମ କୁ ହିଁ ଯାଉଛି ।

ହେମନ୍ତ ସମ୍ପୂର୍ଣ ସୁସ୍ଥ ହେବା ନେଇ ସମମ ର ଡାକ୍ତରୀ ଟିମ ଓ ଷ୍ଟାଫଙ୍କ ମଧ୍ୟରେ ବେଶ ଉତ୍ସାହ ଆଣିଦେଇଛି  ।

Share

Leave a Reply

Your email address will not be published. Required fields are marked *

2 × 4 =