ବିଦେଶରୁ ଫେରିଥିଲେ ଅଫିସ ମନା

ଭୁବନେଶ୍ୱର()  ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁଲିସ୍ କମିଶନର ସୁଧାଂଶ ଷଡଙ୍ଗୀ କହିଛନ୍ତି ଯେ, ୧୪ ଦିନ ଭିତରେ ଯେଉଁ କର୍ମଚାରୀ ବିଦେଶରୁ ଫେରିଛନ୍ତି, ସେମାନେ ଅଫିସ ଆସନ୍ତୁ ନାହିଁ, ଘରେ ରହି କାମ କରନ୍ତୁ। ଯଦି ଘରେ କାମ କରିବାକୁ ଅସମର୍ଥ ତା’ ହେଲେ କମ୍ପାନୀ ଆକ୍ଟରେ ତାଙ୍କୁ ଛୁଟି ଦିଆଯାଉ। ଯଦି କର୍ମଚାରୀଙ୍କ ଘରକୁ ଅନ୍ୟ କେହି ବିଦେଶରୁ ଆସିଛନ୍ତି, ତାହାହେଲେ ସେହି କର୍ମଚାରୀମାନେ ବି ଅଫିସ ଆସନ୍ତୁ ନାହିଁ।

। ସିପି ଆହୁରି କହିଛନ୍ତି ଯେ କୌଣସି କର୍ମଚାରୀଙ୍କୁ ଜ୍ୱର, ଥଣ୍ଡା ଓ କଫ ହେଉଥିଲେ, ତାଙ୍କୁ ବି ଅଫିସ୍ ଆସିବାକୁ ମନା ହୋଇଛି। ଏହା ସହ ବଡ଼ କମ୍ପାନୀମାନେ କର୍ମଚାରୀମାନଙ୍କୁ ଯାଞ୍ଚ କରି ଭିତରକୁ ଛାଡନ୍ତୁ। ଏନେଇ ଆଜିଠୁ ନିୟମ ଲାଗୁ ହୋଇଛି। ନିୟମ ନମାନିଲେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି।

 

Share

Leave a Reply

Your email address will not be published. Required fields are marked *

11 + fourteen =