ସମର୍ପଣରୁ ସଫଳତା …

ଜଗତର ନାଥ ଶ୍ରୀଜଗନ୍ନାଥ । ସେ ହିଁ ଆଦ୍ୟ, ସେ ହିଁ ଅନ୍ତ । ତାଙ୍କ ପାଖରେ ଛୋଟ-ବଡ, ଧନୀ-ଗରିବ, କ୍ଷମତା ଓ ପ୍ରତିପତିର କୌଣସି ଭେଦଭାବ ନାହିଁ । ସମସ୍ତେ ତାଙ୍କ ପାଖରେ ସମାନ । ତାଙ୍କ ପାଖରେ ଯିଏ ସମର୍ପି ଯାଇଛି ତାର ସବୁ ଦୁଃଖ କଷ୍ଟକୁ ମହାପ୍ରଭୁ ନିଜ ଆଦେରୀ ଦେଇଛନ୍ତି । ଇତିହାସରେ ଏମିତି ଅନେକ ଘଟଣାକ୍ରମ ରହିଛି ଯେଉଁଠି ମହାପ୍ରଭୁଙ୍କ ଆଗରେ ନିଜର ବଡିମା ଦେଖାଉଥିବା ତହୁଁ ବଳି ତହୁଁ ବଳି ନିଜର ସତ୍ତା ହରାଇଛନ୍ତି ।

ଲୀଳାମୟଙ୍କ ଏହି ନବଦିନାଙ୍କ ଯାତ୍ରାର ଅନ୍ତିମା ଭାଗରେ ଏହା କହିବାର ଅର୍ଥ କଣ, ଏକଥା ନିଶ୍ଟିଚ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବ । କିନ୍ତୁ କହିବାର ତାତ୍ପର୍ଯ୍ୟ ଏହା ଯେ, ଚତୁର୍ଦ୍ଧାମୂର୍ତ୍ତୀଙ୍କ ବାହୁଡା ଯାତ୍ରା ସମୟର କିଛି ଫଟୋ ଆମକୁ ଅତି ଆକର୍ଷିତ ଓ ଆଚମ୍ବିତ କରିଛି । ମନେପକାଇଦେଇଛି ଦାସିଆ ବାଉରୀ ଓ ଭକ୍ତ ସାଲବେଗଙ୍କ ଉପାକ୍ଷାନ । ଭକ୍ତ ଓ ଭକ୍ତିର ପରାକାଷ୍ଠା କଣ ତାହା ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଟିବ ଭି.କେ. ପାଣ୍ଡିଆନ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷ୍ଣନ କୁମାର । ଏବର୍ଷ ରଥଯାତ୍ରା ଅତ୍ୟନ୍ତ ବିବାଦୀୟ ସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ସୀମିତ ସୁରକ୍ଷା କର୍ମୀଙ୍କ ସହାୟତାରେ ରଥଯାତ୍ରାର ଆୟୋଜନ ହୋଇଥିଲା । ସାରା ବିଶ୍ବର ନଜର ଥିଲା ରାଜ୍ୟ ସରକାରଙ୍କ ଉପରେ । ଗୋଟେପଟେ କରୋନା ଭୟ, ଅନ୍ୟପଟେ ମହାପ୍ରଭୁଙ୍କ ଯାତ୍ରା । ଏଭିତରେ କେମିତି ସନ୍ତୁଳନ ରକ୍ଷା ହୋଇପାରିବ । କିନ୍ତୁ ସବୁକିଛି ସମ୍ଭବ ହେଲା । କୌଣସି ଭକ୍ତ ବଡଦାଣ୍ଡକୁ ଆସିଲେନି, ସେବାୟତମାନେ ଠାକରଙ୍କ ଆଜ୍ଞାରେ ସ୍ବତଃସ୍ଫୃତ ଭାବେ ସବୁ ନୀତିକାନ୍ତିର ସୁସମ୍ପାଦନା କଲେ ।

ସେବାୟତଙ୍କ ସହଯୋଗରୁ ଆରମ୍ଭ କରି ରଥ ଟଣା ଏବଂ ନିର୍ଦ୍ଧାରିତ ସମୟରେ ନୀତିକାନ୍ତିର ଆୟୋଜନ ନେଇ ରହିଥିଲା ଅସୁମାରୀ ପ୍ରଶ୍ନ । ଏସବୁ ଭିତରେ କାଳିଆର ଅଦୃଶ୍ୟ ଓ ଅଲୌକିକ ନିର୍ଦ୍ଦେଶରେ ଆୟୋଜିତ ହେଉଥିବା ରଥଯାତ୍ରାର ସୁପରିଚାଳନା ପାଇଁ ସତେଯେମିତି ସେହି ମହାବାହୁଙ୍କ ନିକଟରେ ନିଜକୁ ଗୋଟାପଣ ସମର୍ପି ଦେଇଥିଲେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାରଣ ଏ ଯାତ୍ରା ଥିଲା କାଳିଆର ଯାତ୍ରା । ସେ ନଚାହିଁଥିଲେ ଏ ଯାତ୍ରା ହୋଇପାରିନଥାନ୍ତା । ତାରି ନିର୍ଦ୍ଦେଶରେ ହେଉଥିବା ଯାତ୍ରା ପରିଚାଳାନର ଦାୟିତ୍ବ ମଧ୍ୟ ସେ ନିଜେ ନେଇଥିଲା । ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ମୁଖ୍ୟ ପ୍ରଶାସକ ମାଧ୍ୟମ ସାଜିଥିଲେ । ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ପ୍ରତିଟି ଆୟୋଜନର ପୂରା ଉତ୍ତର ଦାୟିତ୍ବ ନେଇଥିଲେ । ଉଭୟଙ୍କ ନିର୍ଦ୍ଦେଶକୁ ତଳ ସ୍ତରରେ କାର୍ଯ୍ୟକାରୀ କରୁଥିଲେ ମୁଖ୍ୟ ପ୍ରଶାସକ । ଯେଉଁଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାରୁ ବାହୁଡା ଯାତ୍ରା ଏପରିକି ସୁନା ବେଶ ଯାଏଁ ସବୁକିଛି ସୁରୁଖୁରରେ ସମ୍ପାଦିତ ହୋଇଥିଲା ।

ପ୍ରତିବର୍ଷ ରଥଯାତ୍ରାରେ ବଡଦାଣ୍ଡରୁ ମହାପ୍ରଭୁଙ୍କ ଦର୍ଶନ କରୁଥିବା ମୁଖ୍ୟମନ୍ତ୍ରୀ ଏଥର ପୁରୀ ଯାଇପାରିଲେ ନାହିଁ । ପୁରୀ ଯିବା ସମୟରେ ରାସ୍ତାରେ ଶ୍ରୀଜଗନ୍ନାଥଙ୍କ ପ୍ରତିଟି ଫଟୋକୁ ଦେଖି ମୁଣ୍ଡିଆ ମାରୁଥିବା ଏହି ଅନନ୍ୟ ଭକ୍ତ ଜଣେ ସାଧାରଣ ଭକ୍ତ ଭଳି ଟିଭିରେ ମହୋପ୍ରଭୁଙ୍କୁ ଦେଖି ଆତ୍ମତୃପ୍ତି ଲାଭ କଲେ ଆଉ ରାଜ୍ୟବାସୀଙ୍କୁ କୋଭିଡ ମହାମାରୀ କବଳରୁ ମୁକ୍ତି ଦେବାକୁ ମାନିସିଲେ । ମୁଖ୍ୟମନ୍ତ୍ରୀ ସହ ୫ଟି ସଚିବ, ଯିଏ ପ୍ରତି ଶନିବାର ଶ୍ରୀମନ୍ଦିର ଯାଆନ୍ତି କେବଳ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ, ସେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରି ଟିଭିରେ ନିଜ ଆରାଧ୍ୟଙ୍କ ଦର୍ଶନ କଲେ । ସପଟେ ବଡଦାଣ୍ଡରୁ ଶରଧାବାଲି ଯାଏଁ ଖାଲିପାଦରେ ବୁଲୁଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଠାକୁରମାନଙ୍କ ନୀତିକାନ୍ତିର ସୁପରିଚାଳନା ପାଇଁ ସେବାୟତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେ ବି ପାହାନ୍ତିଆରୁ ଗୁଣ୍ଡିଚା ମନ୍ଦିରରେ ରହି ତଦାରଖ କରୁଥିଲେ । ଠାକୁରଙ୍କ ସବୁ ନୀତିକାନ୍ତିର ସମ୍ପାଦନ ସହ ଶ୍ରୀଜୀଉମାନେ ରଥାରୁଢ ହୋଇ ଶ୍ରୀମନ୍ଦିର ସମ୍ମୁଖକୁ ଫେରିବା ଯାଏଁ ସେ ଖାଲିପାଦରେ ବୁଲିଥିଲେ । ସେବାୟତଙ୍କ ସହ ରଥ ପଛେ ପଛେ ଖାଲିପାଦରେ ଚାଲିଥିଲେ ।

ମାତ୍ର କେଇ ଘଣ୍ଟାର ସମୟ ଥିଲା ସବୁ ଆୟୋଜନ ପାଇଁ । ହେଲେ ମହାପ୍ରଭୁ ନିଜେ ସବୁ ଆୟୋଜନକୁ ସୁଗମ କରିଦେଲେ । ଅଳ୍ପ କିଛି ଘଣ୍ଟାରେ ସବୁ ଆୟୋଜନ ସମ୍ଭବ ହେଲା । ମହାପ୍ରଭୁ ରଥକୁ ଆସିଲେ, ରତ୍ନବେଦୀରୁ ଜନ୍ନବେଦୀକୁ ଗଲେ । ସେଠାରୁ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଲେ । ବାଟରେ ମାଉସୀମାନେ ଘରେ ପୋଡ ପିଠା ଖାଇଲେ । ରାଜନହନର ନିକଟରେ ହେଲା ଲକ୍ଷ୍ମୀ ନାରାୟଣ ଭେଟ । ଏହି ଭେଟ ଏକ ଐତିହାସିକ ଭେଟ । ବହୁ ବର୍ଷ ପରେ ଏହି ଭେଟ ସମ୍ଭବ ହୋଇଛି । ତିନି ରଥ ୧୦୦ ବର୍ଷର ରେକର୍ଡ ଭାଙ୍ଗି ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖରେ ପହଁଚିଲେ । ସତେଯେମିତି ମହାପ୍ରଭୁ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଜରିଆରେ ନିଜ ଯାତ୍ରାକୁ ନିଜେ ସଫଳ କରାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 1 =