Friday, October 30, 2026
Latestରାଜ୍ୟ

ଇସ୍ପାତ ପରେ ମହାକାଶ ଓ ସାମରିକ ଶିଳ୍ପକୁ ଗୁରୁତ୍ବ

ଭୁବନେଶ୍ବର () ଏବେ ରାଜ୍ୟ ସରକାର ମହାକାଶ ଓ ସାମରିକ ଯନ୍ତ୍ରପାତି ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରସ୍ତୁତ ହୋଇଛି ଓଡିଶା ମହାକାଶ ଓ ସାମରିକ ଉତ୍ପାଦନ ନୀତି 2018 । ଏହି ନୀତିକୁ ଗତକାଲି ରାଜ୍ୟ କ୍ୟାବିନେଟ ମଂଜୁରି ଦେଇଛି । ଏଥିରେ ମହାକାଶ ଓ ସାମରିକ ଯନ୍ତ୍ରପାତି ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଛନ୍ତି ।

ତଦନୁଯାୟୀ ରାଜ୍ୟରେ ପ୍ରଥମ ନିଜସ୍ବ ଜ୍ଞାନ କୌଶଳରେ ପ୍ରତିଷ୍ଠା ହେବା ଥିବା ମହାକାଶ ଓ ସାମରିକ ବିଜ୍ଞାନ ପାର୍କକୁ ରାଜ୍ୟ ସରକାର ଜମି ମୂଲ୍ୟ, କୋଠା ନିର୍ମାଣ, କାରଖାନା ନିର୍ମାଣ ଓ ଯନ୍ତ୍ରାଂଶ ମୂଲ୍ୟରେ 50 ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ । ତେବେ ଘରୋଇ ପୁଂଜିନିବେଶରେ ଏକ୍ଷେତ୍ରରେ କମନ ଫାସିଲିଟି ସେଣ୍ଟର ପାଇଁ ସର୍ବାଧିକ 50 କୋଟି, ଜ୍ଞାନକୌଶଳ କେନ୍ଦ୍ର (ଟେକ୍ନୋଲୋଜି ଇନୋଭେସନ ସେଣ୍ଟର) ପାଇଁ ସର୍ବାଧିକ 30 କୋଟି ଏବଂ ଟେଷ୍ଟିଂ ସେଣ୍ଟର ପାଇଁ ସର୍ବାଧିକ 25 କୋଟି ଟଙ୍କା ରିହାତି ପ୍ରଦାନ କରାଯିବ । ପରବର୍ତ୍ତି ମହାକାଶ ଓ ସାମରିକ ବିଜ୍ଞାନ ପାର୍କ ପାଇଁ ଭିତ୍ତିଭୂମୀ କ୍ଷେତ୍ରରେ 50 ପ୍ରତିଶତ ବା ସର୍ବାଧିକ 10 କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ ।

ରାଜ୍ୟରେ ହଜାରେ କୋଟି ଟଙ୍କା ପର୍ଯ୍ୟନ୍ତ ପୁଂଜି ନିବେଶ ଏବଂ ହଜାରେ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ ରଖୁଥିବା ପରବର୍ତ୍ତି ତିନୋଟି ମହାକାଶ ଓ ସାମରିକ ବିଜ୍ଞାନ ଶିଳ୍ପ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବେ । ଏହି ତିନୋଟି ଶିଳ୍ପ ପାଇଁ ସେମାନଙ୍କ ପ୍ଲାଣ୍ଟ ଏବଂ ଯନ୍ତ୍ରାଂଶରେ 500 କୋଟିରୁ ଅଧିକ ପୁଂଜି ନିବେଶରେ ବାର୍ଷିକ 10 କୋଟି ଏବଂ 100 ରୁ 500 କୋଟି ପର୍ଯ୍ୟନ୍ତ ପୁଂଜି ନିବେଶରେ 5 କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ରିହାତି ପ୍ରଦାନ କରାଯିବ । କନ୍ଧମାଳ, ଗଜପତି, ମୟୁରଭଂଜ ଏବଂ କେବିକେ ଭଳି ଶିଳ୍ପ ପଛୁଆ ଜିଲ୍ଲାରେ ପୁଂଜି ନିବେଶ କରିବାକୁ ଆଗ୍ରହୀ ଥିବା ଶିଳ୍ପାନୁଷ୍ଠାନୁଗୁଡିକୁ ଏହିସବୁ ପ୍ରୋତ୍ସାହନ ସହ ଅତିରିକ୍ତ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

9 + thirteen =