ଇଭିଏମ୍ ଭାଙ୍ଗି ଗିରଫ ହେଲେ ବିଜେପି ପ୍ରାର୍ଥୀ

ବ୍ରହ୍ମପୁର () ମତଦାନ କେନ୍ଦ୍ରରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ପୁଲିସ୍ ଜଣେ ବିଜେପି ପ୍ରାର୍ଥୀ ଗିରଫ ହୋଇଛନ୍ତି । ସେ ସୋରଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ନୀଳମଣି ବିଷୋୟୀ ରେଣ୍ଟି ଗାଁର ୧୮୨ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ପଶି ଇଭିଏମ ଭଙ୍ଗାରୁଜା କରିଥିଲେ ।

ଗଞ୍ଜାମ ଜିଲ୍ଲାପାଳ କହିଥିଲେ ଯେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି। ଏନେଇ ଥାନାରେ ଏତଲା ଦିଆଯାଇଛି। ତା’ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଛି। ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି ଗାଁର 182ବୁଥରେ ଧସେଇ ପଶି ଏଲେକଟ୍ରୋନିକ ୟୁନିଟକୁ ଭାଙ୍ଗିବା ଅଭିଯୋଗରେ ସୋରଡାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଗିରଫ କରାଯାଇଛି । ଉକ୍ତ ବୁଥରେ ମୋଟ 539 ଜଣ ଭୋଟରଙ୍କ ମଧ୍ୟରୁ 414 ଜଣ ଭୋଟର ନିଜ ମତ ଅଧିକାର ସାବ୍ୟସ୍ତ କରିସାରିଥିଲେ। ହଠାତ ବିଜେପି ବିଧାୟକ ପ୍ରାର୍ଥୀ ସେଠାରେ ପହଞ୍ଚି ଅନ୍ୟାୟ ସହିବିନାହିଁ କହି ସେଠାରେ ନିୟୋଜିତ ଥିବା ନିର୍ବାଚନ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଇଲେକ୍ଟ୍ରୋନିକ ୟୁନିଟକୁ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି।

ଏନେଇ ବୁଥର ପ୍ରିଜାଇଡିଂ ଅଫିସର ସୋରଡା ଥାନାରେ ଲିଖିତ ଅଭିଯୋଗ ଦାଏର କରିବା ପରେ ସୋରଡା ଥାନା ପୋଲିସ ନୀଳମଣି ବିଷୋୟୀଙ୍କୁ ଗିରଫ କରିଥିବା ଆସିକା ଏସ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ନୀଳମଣି ବିଷୋୟୀ। ବରଂ ବିଜେଡିର କିଛି କର୍ମୀ ସେହି ବୁଥରେ ରେଗିଂ କରୁଥିବା ଖବର ପାଇ ସେ ସେଠାରେ ପହଂଚି ଥିଲେ ଓ ତାହାର ପ୍ରତିବାଦ କରି ସେଠାରେ ପୁନଃ ମତ ଗ୍ରହଣ ପାଇଁ ଦାବି କରିଥିଲେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × 1 =