ସୀମିତ ସେବାୟତରେ ହେବ ସ୍ନାନଯାତ୍ରା

ପୁରୀ () ଶ୍ରୀମନ୍ଦିରରେ ସୀମିତ ସେବାୟତଙ୍କ ଦ୍ୱାରା ସଂପନ୍ନ ହେବ ସ୍ନାନଯାତ୍ରା । କେତେଜଣ ସେବାୟତ ରହିବେ, ବିଭିନ୍ନ ନିଯୋଗ ଏନେଇ ଅାସନ୍ତା ୨୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ତାଲିକା ଦେବେ । ଅାଜି ୧୦ଟି ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି । ସେହିପରି ଅଣସର ନୀତି ଓ ଶୀତଳଷଷ୍ଠୀ ନେଇ ଅାଲୋଚନା ହୋଇଛି । ରଥଯାତ୍ରାରେ ଦରକାର ହେଲେ ସେବାୟତମାନେ ନିଜେ ରଥ ଟାଣିବେ ବୋଲି କହିଛନ୍ତି ।

ଜୁନ୍‌ ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ କେମିତି ପାଳନ ହେବ ସ୍ନାନଯାତ୍ରା? ଏନେଇ ୧୦ଟି ସେବାୟତ ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନ ଅାଲୋଚନା କରିଛି । ସୀମିତ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ସଂପନ୍ନ କରାଯିବ । କେଉଁ ନିଯୋଗରୁ କେତେ ସେବାୟତ ରହିବେ, ସେଥିପାଇଁ ନିଯୋଗଗୁଡ଼ିକଠାରୁ ସେବାୟତଙ୍କ ତାଲିକା ମଗାଯାଇଛି । ଅାସନ୍ତା ୨୫ ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି ।

ଶ୍ରୀଜିଉଙ୍କ ଅଣସର ନୀତି ଓ ଶୀତଳ ଷଷ୍ଠୀ ପାଳନ ନେଇ ମଧ୍ୟ ଅାଲୋଚନା କରାଯାଇଛି । ୧୫ ଦିନିଅା ଅଣସର ନୀତି ନେଇ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଅାଯାଇଥିଲା । ଏହା ଉପରେ ମଧ୍ୟ ଅାଲୋଚନା ହୋଇଛି । ଧର୍ମଗୁରୁଙ୍କ ପରାମର୍ଶ ଅନୁସାରେ ସବୁନୀତି ଶୃଙ୍ଖଳାର ସହ ସମ୍ପାଦନ ପାଇଁ ସେବାୟତମାନେ ମତ ରଖିଥିଲେ । ଦରକାର ହେଲେ ସମସ୍ତ ସେବାୟତ ରଥ ଟାଣିବାକୁ ପ୍ରସ୍ତାବ ଦିଅାଯାଇଛି । ସେବାୟତମାନଙ୍କ କଲ୍ୟାଣ ନେଇ ମଧ୍ୟ ଅାଲୋଚନା ହୋଇଥିଲା । ଏଦିଗରେ ଜିଲ୍ଲାପାଳ ଅାଲୋଚନା କରି ନିଷ୍ପତ୍ତି ନେବେ ବୋଲି ସ୍ଥିର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

8 + 16 =