ଅଟୋଚାଳକମାନେ ଶୃଙ୍ଖଳିତ ହେବା ଆବଶ୍ୟକ

ଭୁବନେଶ୍ୱର()  ସ୍ମାର୍ଟସିଟିରେ ସମସ୍ତ ବ୍ୟବସ୍ଥା ସ୍ମାର୍ଟ ହେବା ଦରକାର । ସାରା ଭାରତରେ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଠିକାର ଗମନାଗମନ କ୍ଷେତ୍ରରେ ପ୍ରଥମ ଟାଇମ୍ ଲାଇନ୍ ହେଉଛି ଅଟୋ । ବାହାରୁ ଆସୁଥିବା ଲୋକମାନେ ସାଧାରଣତଃ ଅଟୋ ଉପରେ ନିର୍ଭର କରନ୍ତି । ତେଣୁ ଅଟୋଚାଳକମାନେ ଶୃଙ୍ଖଳିତ ହେବା ଆବଶ୍ୟକ । ସେମାନଙ୍କର ବ୍ୟବହାାର ମାର୍ଜିତ ହେବା ଦରକାର ବୋଲି ଅଟୋ ମହାସଂଘ ପକ୍ଷରୁ ଅନୁÂିତ ସଡକ ନିରାପ�ା ଓ ଟ୍ରାଫିକ୍ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଥିଲେ । ଭୁବନେଶ୍ୱର ସ୍ଥିତ କିଟ୍ ପା�ନମ୍ବର ଅଡିଟୋରିୟମ୍ଠାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅଟୋ ମହାସଂଘର ପୂର୍ବତନ ସାଧାରଣ ସଂପାଦକ ବିମଲ କୁମାର ମହାନ୍ତିଙ୍କ ୧୧ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ କରାଯାଇଥିଲା ।

ଆଜି ଦିନରେ ସ୍ୱର୍ଗତ ମହାନ୍ତିଙ୍କର ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଥିଲା । ଆଉ ଯେମିତି କାହାର ପ୍ରାଣହାନୀ ନଘଟୁ ସେଥିପାଇଁ ଅଟୋ ମହାସଂଘ ସବୁବେଳେ ସଡକ ସୁରକ୍ଷା ଓ ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ କରି ଆସୁଛି । ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ଶିବିରରେ ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଦୁଇ’ର ପରିବହନ ଅଧିକାରୀ ସଞ୍ଜୟ କୁମାର ବେହେରା, ଟ୍ରାଫିକ୍ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତି, ଉପସଭାପତି ମିହିର ରାଉତ, କିଟ୍ ଅଟୋସଂଘର ସଭାପତି ଦିଲ୍ଲିପ କୁମାର ରାୟ ଓ ଲିଙ୍ଗରାଜ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ଟ୍ରାଫିକ୍ ସଚେତନତା ଉଫରେ ଆଲୋଚନା କରିଥିଲେ । ଏଥିରେ ଭୁବନେଶ୍ୱର ଜୋନ୍ ୧ର ଏଜି ଛକ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ସମସ୍ତ ଅଟୋ ସଂଘର କର୍ମକ�ର୍ା ଓ ଚାଳକମାନେ ଉପସ୍ଥିତ ରହି ତାଲିମ ନେଇଥିଲେ ।

Share

Leave a Reply

Your email address will not be published. Required fields are marked *

one × 5 =