ଆଜିଠାରୁ କମ୍ ହେବ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଜାଗାରେ ପ୍ରବଳ ବର୍ଷା ହୋଇଛି । ଶୁକ୍ରବାର ମଧ୍ୟ ତୁହାକୁ ତୁହା ବର୍ଷା ହୋଇଛି ବିଭିନ୍ନ ସ୍ଥାନରେ । ଅନୁମାନ କରାଯାଉଛି, ଶନିବାରଠାରୁ ଲଘୁଚାପ ପ୍ରଭାବ କମିବା ସହ ବର୍ଷା ବି କ୍ରମଶଃ ହ୍ରାସ ପାଇବ । ତଥାପି କେତେକ ଜାଗାରେ ଭଲ ବର୍ଷା ହୋଇପାରେ । ଶୁକ୍ରବାର ସକାଳ ୮ଟା ୩୦ରୁ ଅପରାହ୍ଣ ସାଢ଼େ ୫ଟା ଭିତରେ କେନ୍ଦୁଝରରେ ୪୪, ସୋନପୁରରେ ୩୭, ବାରିପଦାରେ ୩୧ ମିମି ବର୍ଷା ହୋଇଥିବାବେଳେ ଅନେକ ଜାଗାରୁ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି ।

ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଶନିବାର ବର୍ଷା ପ୍ରକୋପ ସାମାନ୍ୟ କମିବ । ରାଜ୍ୟର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ ଲଗାଣ କିମ୍ବା ପ୍ରବଳ ବର୍ଷା ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ଲଘୁଚାପଜନିତ ବର୍ଷା ସତ୍ତ୍ୱେ ରାଜ୍ୟ ୧୬ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି ।

Share

Leave a Reply

Your email address will not be published. Required fields are marked *

eighteen − fourteen =