ଚିଲିକାରେ ଆରମ୍ଭ ହେବ ସି ପ୍ଲେନ ସେବା

ଭୁବନେଶ୍ୱର ୧୨/୮ : ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚିଲିକା, ଭିତରକନିକା ଓ ହୀରାକୁଦରେ ଆରମ୍ଭ ହେବାକୁ ାଉଛି ସି ପ୍ଲେନ ସେବା | କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏନେଇ ସୂଚନା ଦେଇଛନ୍ତି ା ହକି ବିଶ୍ୱକପ ପୂର୍ବରୁ ପର୍ଯ୍ୟଟକଙ୍କୁ ଏହି ଅତ୍ୟାଧୁନିକ ସେବା ଯୋଗେଇଦେବାକୁ ନିଷ୍ପତ୍ତି ନିଆଯାଇଛି | ପ୍ରଥମ ପର୍ଯ୍ୟାୟରେ ଓଡିଶାର ଚିଲିକା ହ୍ରଦ ଓ ଗୁଜରାଟର ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମରେ ୱାଟର ଏରୋଡ୍ରମ ନିର୍ମାଣ କାମ ଆରମ୍ଭ ହେବ | ଗତ ଜୁନ ମାସରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ସ୍ପାଇସଜେଟ କର୍ତ୍ତୃପକ୍ଷ ଚିଲିକା ହ୍ରଦ ପରିଦର୍ଶନ କରି ୱାଟର ଏରୋଡ୍ରମ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ |

Share

Leave a Reply

Your email address will not be published. Required fields are marked *

seventeen − 6 =