ଆରମ୍ଭ ହେଲା ସାନି ମତଦାନ

ଭୁବନେଶ୍ବର() ଆଜି ରାଜ୍ୟରେ ସାନି ମତଦାନ । ରାଜ୍ୟର ୧୧ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩୪ଟି ବୁଥରେ ସାନି ମତଦାନ ଆରମ୍ଭ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ଭୋଟ ଗ୍ରହଣ । ତୃତୀୟ ପର୍ୟ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ୟ୍ୟାୟର ୨୨ଟି ବୁଥ୍ରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା । ଏହାପରେ ସଂପୃକ୍ତ ବୁଥରେ ପୁନଃ ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେଇଥିଲେ ।ମାହାଙ୍ଗାର ୪ଟି ବୁଥ୍ରେ ଆଜି ସାନି ମତଦାନ ହେଉଛି । ମଉଦା ପଞ୍ଚାୟତର ୫୭ ଓ ୫୮ ନମ୍ବର ବୁଥ୍, ନାହାଙ୍ଗର ୧୫୭ ନମ୍ବର ବୁଥ୍ ଏବଂ ଓସଙ୍ଗ ପଞ୍ଚାୟତର ୧୪୪ ନମ୍ବର ବୁଥ୍ରେ ସାନି ମତଦାନ ହେଉଛି । ସମସ୍ତ ବୁଥ୍ରେ ସିସିଟିଭ କ୍ୟାମେରା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

five × 4 =