ସ୍ତ୍ରୀ ଓ ଚାରି ଝିଅଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ, ସାନ ଝିଅ ମୃତ

ସମ୍ବଲପୁର: ଚାରି ଜଣ ଝିଅଙ୍କୁ ହାଣିଲା ବାପା । ଘଟଣାରେ ତିନି ଝିଅ ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ଓ ତିନି ଝିଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ତ୍ରୀଙ୍କୁ ହାଣି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା ନେଇ ଉଦ୍ୟମ କରିଥିଲେ । ସୁଚନା ଅନୁଯାୟୀ ତିନିବର୍ଷର ଝିଅର ମୃତ୍ୟୁ ହେବା ସହ ଅନ୍ୟ ତିନି ଝିଅ ଗୁରୁତର ଅଛନ୍ତି । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଥାନାର ଯୌତୁକବାହାଳ ଗାଁରେ ଘଟିଛି ଏଭଳି ଲୋମହର୍ଷକ କାଣ୍ଡ।

ଶୁକୁର ଓରାମ ନିଜର ଚାରି ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ତିନି ବର୍ଷର ସାନ ଝିଅର ମୃତ୍ୟୁ ହୋଇଥିବା ବେଳେ ୩ଝିଅ, ସ୍ତ୍ରୀ ଓ ନିଜେ ଅଭିଯୁକ୍ତ ମେଡିକାଲରେ ଭର୍ତ୍ତି ହୋଇଛି । ସମସ୍ତ ଗୁରୁତର ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ହେଲା ସୁକୁର ଓରାମ । ତେବେ ସେ କେଉଁ କାରଣରୁ ଏଭଳି ଘଘନ୍ୟ ଘଟଣା ଘଟାଇଛି ତାହା ଜଣା ପଡିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

1 × one =