ଭୁବନେଶ୍ୱରରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର: ସଧବା ନାରୀଙ୍କ ଭଳି କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । କରୋନା କଟକଣାକୁ ମାନି ରାଜଧାନୀରେ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । ସୁନ୍ଦର ଶାଢ଼ୀ ପରିଧାନ କରିବା ସହ ପୂଜା ସମାଗ୍ରୀ ଧରି ପୂଜା କରିଛନ୍ତି କିନ୍ନରମାନେ । ନି ଗୁରୁଙ୍କ ଉଦ୍ଦେଶ୍ୟରେ ଆଜିର ଦିନରେ ବ୍ରତ ମନାସୀଥାନ୍ତି ସେମାନେ । ଯେପରି ଜଣେ ସାଧବା ନାରୀ ନିଜର ସ୍ୱାମୀଙ୍କ ଦୀର୍ଘାୟୂ ଓ ନିରାମୟ କାମନା କରି ବ୍ରତ ପାଳିଥାନ୍ତି କିନ୍ନରମାନେ ମଧ୍ୟ କାଷ୍ଟାର ସହ ପାଳିଥାନ୍ତି । ପୁରାଣ ଅନୁଯାୟୀ, ଆଜିର ଦିନରରେ ସତି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ଜମଙ୍କ ନିକଟରୁ ଫେରାଇ ଆଣିଥିଲେ । ଏହି ଅବସରରେ ସାଧବା ନାରୀମାନେ ଏହି ବ୍ରତ ମନାସୀଥାନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =