ନବୀନ ସରକାରଙ୍କ କାମ ଭଲ :ରୂପା ଗାଙ୍ଗୁଲି

କୋରାପୁଟ() ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନ ଜାଗରଣ ସୃଷ୍ଟି କରିବାକୁ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଜ୍ୟ ସଭା ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି।

କୋରାପୁଟ ଗସ୍ତରେ ଆସିଥିବା ରୂପା ଗାଙ୍ଗୁଲି, ଓଡ଼ିଶା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ତାଙ୍କ ସରକାର ସମସ୍ତଙ୍କୁ କରିଛନ୍ତି ପ୍ରଶଂସା । କିନ୍ତୁ ତାରି ଭିତରେ ବୁଲେଇ ବଙ୍କେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଜ୍ଞାନକୁ ନେଇ ଟିକେ ଖେଞ୍ଚି ଦେଇଛନ୍ତି । କହିଛନ୍ତି ନବୀନ ବାବୁ ଓଡ଼ିଆ ଜାଣିଥିଲେ ଆହୁରି ଭଲ ହୋଇଥାନ୍ତା ।

ସେ ଆହୁରି କହିଛନ୍ତି ଉଇଇକୁ ନେଇ ଅଯଥା କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ନିଜ ଫାଇଦା ପାଇଁ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ।ବିଶେଷ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖୁବ ବର୍ଷି ଛନ୍ତି ବିଜେପିର ରଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି ।ମମତା ବାନାର୍ଜୀ ନିଜେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କ୍ଷମତାରେ ନଥିବା ସମୟରେ ଦାବି କରିବା ସହ ଉଇଇ ସପକ୍ଷରେ ମତ ଦେଉଥିଲେ।ଆଉ ଏବେ କ୍ଷମତାରେ ଥାଇ ପୂରା ଓଲଟା, ନିଜର ରାଜନୈତିକ ଫାଇଦା ଲାଗି ସେ ଏହାକୁ ବିରୋଧ କରୁଛନ୍ତି।

ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବ କିନ୍ତୁ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ବଦଳରେ ଦଳ ପାଇଁ ପ୍ରଚାର କରି ଦଳକୁ ବିଜୟୀ କରିବେ ବୋଲି କହିଛନ୍ତି ବିଜେପିର ରାଜ୍ୟସଭା ସାଂସଦ।ଓଡିଶାରେ ଉଇଇ ସପକ୍ଷରେ ଲୋକ ଅଛନ୍ତି ବୋଲି କହିଛନ୍ତି ରୂପା ଗାଙ୍ଗୁଲି ।ଗତ ନିର୍ବାଚନ ସମୟରେ ଓଡିଶାକୁ ନିର୍ବାଚନ ପ୍ରଚାର ପାଇଁ ସେ ଆସିବାର ଥିଲା।କିନ୍ତୁ ଖରାପ ପାଗ ପାଇଁ ଆସି ପାରିନଥିଲେ।ଆଉ ଏବେ ଓଡିଶା ଆସି ବହୁତ ଖୁସି ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

4 × two =