Friday, October 30, 2026
Latestରାଜ୍ୟ

ଦୁଷକର୍ମ ପରେ ଫିଙ୍ଗିଦେଲେ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଞ୍ଚଳରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗତକାଲି ୫ ଜଣ ଯୁବକ ଏହି ନାବାଳିକା ଜଣଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ତାଙ୍କୁ କିଛି ଔଷଧ ଖୁଆଇ ଗଣଦୁଷ୍କର୍ମ କରିବା ପରେ ରସୁଲପୁର ପାଖ ରାସ୍ତା କଡ଼ରେ ପକାଇ ପଳାଇଥିଲେ ବୋଲି ଅଭିଯୋଗ ହୋଇଛି।
ଆଜି ସକାଳେ ନାବାଳିକାଙ୍କୁ ରସୁଲପୁର ଗାଁର କିଛି ଲୋକ ଏବଂ କୁଭୀରଗୋଡ଼ି ସରପଞ୍ଚ ରତନ ବାଗ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଝିଅଟି ସୁସ୍ଥ ଅନୁଭବ କରିବା ପରେ ତା’ଠାରୁ ଆଉ କିଛି କଥା ଜଣାପଡ଼ିବ।
ପୁଲିସ୍ ଏନେଇ ଖବର ପାଇ ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

one × two =