ଯାନ୍ତ୍ରିକ ତୃଟି ପାଇଁ ଟୋକେନ୍ ନ ମିଳିଥିବା ଖବର ମିଛ,ଠିକ ସମୟରେ ଧାନ ନବିକିଲେ ଏହାର ବୈଧତା କରିଯାଏ

ଭୁବନେଶ୍ୱର() ୨୦୧୯-୨୦ ବର୍ଷ ପାଇଁ ୫୦ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଖରିଫ ଋତୁରେ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି। ସେଥିରୁ ୪୩.୩୯ ଲକ୍ଷ ମେଟ୍ରିକ ଟନ ଧାନ ଗତ ଜାନୁଆରୀ ୧୩ ତାରିଖ ସୁଦ୍ଧା କିଣା ଯାଇଛି। ସବୁ ଧାନ FAQ ମାନର। କେବଳ FAQ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିଥାଏ। FAQ ମାନକୁ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର। ଯାନ୍ତ୍ରିକ ତୃଟି ପାଇଁ ଟୋକେନ୍ ନ ମିଳିଥିବା ଖବର ସତ୍ୟ ନୁହେଁ। PACS ଜରିଆରେ ମିଲର ଓ ଚାଷୀଙ୍କୁ ଅଗ୍ରୀମ ଅଖା ମିଳିବାର ବ୍ୟବସ୍ଥା ଅଛି। ସେମାନଙ୍କୁ ଧାନ ବିକ୍ରି ପରେ ଅଖା ଫେରସ୍ତ କରାଯାଉଛି। ଫେରସ୍ତ ନ ହେଲେ, ଝୋଟ ବ୍ୟାଗ ପାଇଁ ୧୦ ଟଙ୍କା ଓ ପ୍ଲାଷ୍ଟିକ ବ୍ୟାଗ ପାଇଁ ୫ ଟଙ୍କା ଚାଷୀଙ୍କୁ ଦିଆଯାଉଛି। ଯାହା ପ୍ରଦାନ କରିବାର ଦାୟିତ୍ୱ ସମବାୟ ସମିତି ଓ ଅଧିକାରୀଙ୍କର। ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାର କୋୖଣସି ବ୍ୟବସ୍ଥା ନାହିଁ।

ଯେଉଁମାନେ ଠିକ ସମୟରେ ଧାନ ବିକ୍ରି କରିପାରି ନାହାନ୍ତି, ସେମାନଙ୍କ ଟୋକେନର ବୈଧତା ସାରିଯାଇଛି। ହେଲେ ସେମାନଙ୍କୁ ଆଉ ଥରେ ସୁଯୋଗ ମିଳିବ। ନିର୍ଦ୍ଧାରିତ ସମୟରେ ନ ବିକି ପାରିଲେ, ୭ ଦିନ ଅଧିକ ସମୟ ବି ଦିଆଯାଇଛି।

ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ପାଇଁ ଧାନ କଟନୀ ଛଟାଣି ହେଉଥିବା ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଏପରିକି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନାଁ କହିବାକୁ ବି ଦାବି କଲେ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହ୍ୱାନ ଦେଲେ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନାଁ କୁହନ୍ତୁ। ରାଜ୍ୟ ସରକାର ଗତ ବର୍ଷ ବିନା ଟୋକେନରେ ୭ଲକ୍ଷ୭୭ହଜାର୫୦୮ ଚାଷୀଙ୍କ ପାଖ୭ଯାଇଛୁ। ଏଥର ୮ଲକ୍ଷ୧୩ହଜାର୭୩୬ ଚାଷୀଙ୍କୁ ଟୋକେନ୍ ଦେଇଛୁ।

Share

Leave a Reply

Your email address will not be published. Required fields are marked *

18 + 19 =