୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ରାଜ୍ୟର ୧୦ ଜିଲ୍ଲାକୁ ବର୍ଷା ଲାଗି ସତର୍କତା ସୂଚନା ଦିଆଯାଇଛି । ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସତର୍କ ଜାରି କରାଯାଥିବା ୧୦ଟି ଜିଲ୍ଲା ହେଉଛି ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ।

ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆସନ୍ତାକାଲି ମଧ୍ୟ କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଟ୍ରପ ଲାଇନ ହଟିବା ପରେ ଆକାଶ ମେଘମୁକ୍ତ ହେବ । ତେଣୁ ୬ ତାରିଖରୁ ପାଗରେ ପରିବର୍ତ୍ତନ ପରେ ପୁଣି ଶୀତ ଫେରିବ ।

Share

Leave a Reply

Your email address will not be published. Required fields are marked *

twenty − 11 =