ଘଡଘଡି ସହ ପ୍ରବଳ ବର୍ଷିବ

ଭୁବନେଶ୍ବର()  ଗତକାଲି ସାରା ରାଜ୍ୟରେ ତାଣ୍ଡବ କରିଛି କାଳବୈଶାଖୀ । ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜାଗାରେ ଘର ଛପର ଉଡ଼ି ଯାଇଛି । ଗଛ, ବିଦ୍ୟୁତ୍‌ ଖୁଣ୍ଟି ଏବଂ ଟେଲିଫୋନ୍‌ ଟାଓ୍ଵାର ମଧ୍ୟ ଭାଙ୍ଗିଛି ।

ଆଜି ଦିନ ତମାମ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ।ରାଜ୍ୟ ସାରା ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବ । ତା ସହ ଘଡଘଡି ଓ ବିଜୁଳୀ ବି ହେବ । ଏପରକି ଆଜି କିଛି ସ୍ଥାନରେ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି । ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମତ୍ସଜୀବୀ ମାନଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଆଜି ରାଜ୍ୟର ୧୫ଟି ଜିଲ୍ଲାକୁ ବର୍ଷା ଓ କାଳବୈଶାଖୀ ଆଶଙ୍କା ରହିଛି । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ହେବ । ବିଜୁଳି ଓ ଘଡ଼ଘଡ଼ି ମାରିବ । ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର, ସୋନପୁର, ଦେବଗଡ଼, ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିବ । ସେହିପରି ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ଝଡ଼ ବର୍ଷାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ‘ଅରେଞ୍ଜ ଓ୍ଵାର୍ଣ୍ଣିଂ’ ଦିଆଯାଇଛି ।
ସେହିପରି କିଛି ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ୫ଟି ଜିଲ୍ଲାକୁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଦିଆଯାଇଛି । ଏହି ସବୁ ଜିଲ୍ଲା ହେଉଛି ଅନୁଗୁଳ, ରାୟଗଡ଼ା, ଢେଙ୍କାନାଳ, କନ୍ଧମାଳ, ନୁଆପଡ଼ା ।

Share

Leave a Reply

Your email address will not be published. Required fields are marked *

19 − 18 =