ଗଜପତିରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର()  ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ରୂପ ନେଇଛି  । ଏହି ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି  । ଉତ୍ତର ଆନ୍ଧ୍ର କାକିନଡ଼ା ନିକଟରେ ଗଭୀର ଅବପାତ ଅତିକ୍ରମ କରିଛି  ।  ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁଛି  । ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି  । ସେହିପରି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି  । ନବରଙ୍ଗପୁର, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି  । ତେଣୁ ଗଜପତି ଜିଲାରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି  ।

ବିଶେଷ କରି ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି  । ଫଳରେ ଲୋକ ହନ୍ତସନ୍ତ ହେଉଛନ୍ତି  । କିଛି ବିପଦକୁ ଆଶଙ୍କା କରାଯାଇ ଗଜପତି ଜିଲାର ୪ଟି ବ୍ଲକରୁ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି  । ପାହାଡ଼ ଉପରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି  । ମାଟି ଅତଡ଼ା ଖସିବା ଭୟରେ ଏପରି କରାଯାଇଥିବା ଜଣାପଡ଼ିଛି  । ଜିଲାପାଳଙ୍କ ନିଦେ୍ର୍ଧଶ କ୍ରମ ବ୍ଲକ ପ୍ରଶାସନ ଏପରି ତ୍ୱରିତ ପଦକ୍ଷେପ ନେଇଥିବା ଜଣାପଡ଼ିଛି  ।

Share

Leave a Reply

Your email address will not be published. Required fields are marked *

2 × five =