ଢେଙ୍କାନାଳ ସେଲଟର ହୋମରେ ଚଢାଉ

ଢେଙ୍କାନାଳ ସଦର ବେଲଟିକିରି ଠାରେ ଥିବା ସେଲଟର ହୋମରେ ଯୌନ ନିର୍ଯାତନା ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲ୍ଲା ଶିଶୁମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ସମିତି ପକ୍ଷରୁ ସେଲଟର ହୋମ ଉପରେ ଚଢଉ କରାଯାଇଛି । ଏଠାରେ ଅନ୍ତେବାସିନୀଙ୍କ ପ୍ରତି ସେଲଟର ହୋମର ସତ୍ୱାଧିକାରୀ ଓ କେୟାର ଟେକରଙ୍କ ପକ୍ଷରୁ ଯୌନ ନିର୍ଯାତନା କରାଯାଉଥିବା ଅନ୍ତେବାସିନୀ ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ସତ୍ୱାଧିକାରୀ ଓ କେୟାର ଟେକରଙ୍କୁ ପଚାରଉଚରା କରାଯାଉଛି । ଏ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

19 − three =