ପରିଷ୍କାର ପରିଛନ୍ନତା ଓ ଖାଦ୍ୟର ମାନ ଆହାର କେନ୍ଦ୍ରର ‘ହଲମାର୍କ’

ଭୁବନେଶ୍ୱର () ରାଜ୍ୟର ସମସ୍ତ 114ଟି ସହରାଂଚଳରେ ଆଜିଠୁ ଆହାର କେନ୍ଦ୍ର ଖୋଲିଲା । ଏହିସବୁ ସହରାଂଚଳରେ ମୋଟ 157ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଆହାର ଓଡିଶା ପୋର୍ଟାଲର ଶୁଭାରମ୍ଭ ହୋଇଛି ।

2015 ଏପ୍ରିଲ 1 ତାରିଖରୁ ଆରମ୍ଭ ହୋଇଥିଲା ଆହାର ଯୋଜନା । 21ଟି ଆହାର କେନ୍ଦ୍ରରୁ ଏହି ଯୋଜନା ଆରମ୍ଭ ହୋଇଥିଲା  । ଏବେ 157ଟି ଆହାର କେନ୍ଦ୍ରରେ ଦୈନିକ ଏକ ଲକ୍ଷ ଭୋଜନ ପରିବେଷଣ ହେବ । ଏଥିସହ ଡାକ୍ତରଖାନା ନିକଟରେ 56ଟି ଆହାର କେନ୍ଦ୍ରରେ ରାତ୍ରୀ ଭୋଜନ ମିଳୁଛି । ଆଜି ଭୁବନେଶ୍ୱର ଏମଏସ ସହ ଅନ୍ୟ 37ଟି ସହରାଞ୍ଚଳରେ ମଧ୍ୟ ଆହାର କେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଉଦଘାଟିତ ଆହାର ଓଡ଼ିଶା ୱେବ ପୋର୍ଟାଲ www.urbanodisha.gov.in/aahara ଜରିଆରେ ଯେ କୌଣସି ବ୍ୟକ୍ତି ନିଜ ଜୀବନର ମହତ୍ୱପୂର୍ଣ୍ଣ ଦିନ ଯଥା ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ଉତ୍ସବ କିମ୍ଵା ଅନ୍ୟ କୌଣସି ସ୍ମରଣୀୟ ଦିନରେ ଏକ ନିର୍ଦ୍ଧିଷ୍ଟ ଆହାର କେନ୍ଦ୍ରରେ ଲୋକଙ୍କୁ ନିଜ ତରଫରୁ ଭୋଜନ ପ୍ରଦାନ ପାଇଁ ଅର୍ଥ ଦାନ କରିପାରିବେ । ଏହି ଦାନ ଆୟକର ଆଇନ ଅଧୀନରେ ରିହାତି ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଓ ପରିଷ୍କାର ପରିଛନ୍ନତା ଏହାର ହଲମାର୍କ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
Share

Leave a Reply

Your email address will not be published. Required fields are marked *

thirteen − 5 =