ଆସନ୍ତାକାଲି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

ପୁରୀ() ରଥ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ । ଚଳତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟ କରାଯିବ । ରଥ ନିର୍ମାଣ କାମ ଏକ ଧାର୍ମିକ ପର୍ବ ନୁହେଁ ବରଂ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏକ ଧାର୍ମିକ କାର୍ଯ୍ୟକ୍ରମ ବୋଲି ଗଜପତି କହିଛନ୍ତି । ୩ଟି ଜୋନରେ ନିର୍ମାଣ କାମ ପାଇଁ ଅନୁମତି ସରକାର ଦେଇଛନ୍ତି । ପୁରୀ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ରଥ ନିର୍ମାଣ କାମ ହୋଇପାରିବ । ଏହାସହ ରଥ ଖଳା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଗଜପତି କହିଛନ୍ତି । କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟକୁ ଜଣାଇବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଠାରେ କମିଟି ନିଜ ଦାବି ରଖିବ । ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି କିନ୍ତୁ ଆରମ୍ଭ କଲେ ହୋଇଯିବ । ସରକାର ପରିସ୍ଥିତିକୁ ଦେଖି ଯାହା ଯାହା ନିଷ୍ପତ୍ତି ନେବେ ଆମେ ତାହା ଗ୍ରହଣ କରିବୁ ବୋଲି ଗଜପତି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସମ୍ପର୍କରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅପରାହ୍ନରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହିପରି ନିଷ୍ପତ୍ତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

7 + 1 =