ଆମ ଗାଁ ଆମ ବିକାଶ  : 5945 ପଂଚାୟତ ପାଇଁ 1362.58 କୋଟି ଟଙ୍କାର ପ୍ରକଳ୍ପ ମଂଜୁର

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 7ଟି ଜିଲ୍ଲାର 8ଟି ବ୍ଲକ ପାଇଁ 49.73 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହିସବୁ ବ୍ଲକଗୁଡିକ ହେଲା ଭଦ୍ରକ ଜିଲ୍ଲାର ଧାମନଗର, କଟକ ଜିଲ୍ଲାର କଟକ ସଦର, ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ଖୋର୍ଦ୍ଧାର ବାଣପୁର ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ଧାମନଗର ବ୍ଲକର 31ଟି ପଂଚାୟତ ପାଇଁ 7.75 କୋଟି ଟଙ୍କାର 261ଟି ପ୍ରକଳ୍ପ, କଟକ ସଦର ବ୍ଲକର 22ଟି ପଂଚାୟତ ପାଇଁ 5.75 କୋଟି ଟଙ୍କାର 290 ଟି ପ୍ରକଳ୍ପ, ଖଲ୍ଲିକୋଟ ବ୍ଲକର 29ଟି ପଂଚାୟତ ପାଇଁ 7.25 କୋଟି ଟଙ୍କାର 178ଟି ପ୍ରକଳ୍ପ, ପୁରୁଷୋତ୍ତମପୁର ବ୍ଲକର 26ଟି ପଂଚାୟତ ପାଇଁ 6.50 କୋଟି ଟଙ୍କାର 185ଟି ପ୍ରକଳ୍ପ, କୁଜଙ୍ଗ ବ୍ଲକର 28ଟି ପଂଚାୟତ ପାଇଁ 7 କୋଟି ଟଙ୍କାର 250ଟି ପ୍ରକଳ୍ପ, ଭବାନୀପଟଣା ବ୍ଲକର 36ଟି ପଂଚାୟତ ପାଇଁ 8 କୋଟି ଟଙ୍କାର 393ଟି ପ୍ରକଳ୍ପ, ତେଲକୋଇ ବ୍ଲକର 22ଟି ପଂଚାୟତ ପାଇଁ 3.17 କୋଟି ଟଙ୍କାର 120ଟି ପ୍ରକଳ୍ପ ଏବଂ ବାଣପୁର ବ୍ଲକର 17ଟି ପଂଚାୟତ ପାଇଁ 4.31 କୋଟି ଟଙ୍କାର 121ଟି ପ୍ରକଳ୍ପ, ଏହିପରି 8ଟି ବ୍ଲକର 211ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ 49.73 କୋଟି ଟଙ୍କାର 1798ଟି ପ୍ରକଳ୍ପ ମଂଜୁର କରିଛନ୍ତି ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରାଜ୍ୟର 269ଟି ବ୍ଲକର 5945ଟି ପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ 54ହଜାର 786ଟି ପ୍ରକଳ୍ପ ପାଇଁ  1362 କୋଟି 58 ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 3 =