Friday, October 30, 2026
Latestରାଜ୍ୟ

ପ୍ରେମିକ ସାଜିଲା ଖଳନାୟକ!

ଭୁବନେଶ୍ବର () ଗତକାଲି ବିଲୁଆଖାଇ ନଦୀ ପଠାରୁ ଏକ ଯୁବତୀଙ୍କ ଉଦ୍ଧାର ଶବକୁ ଗତ ସେପ୍ଟେମ୍ବର ୮ ତାରିଖରୁ ନିଖୋଜ ଥିବା ନିହାରିକାଙ୍କ ମା ଚିହ୍ନିବା ପରେ ଏବେ ହତ୍ୟାକାରୀ କିଏ ସେ ନେଇ ପୋଲିସ ତଦନ୍ତ କରୁଛି। ପୁର୍ବରୁ ନିହାରିକା ରାଜାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ନିହାରିକା କାମ କରୁଥିବା କଟକର ଏକ ଘରୋଇ ନର୍ସିଂହୋମର କିଛି ଷ୍ଟାଫ କହିଛନ୍ତି।

ସେମାନଙ୍କ କହିବା ଅନୁଯାୟୀ ରାଜା ସହ ନିହାରିକା ନର୍ସିଂହୋମରୁ ଅଧା ଡ୍ୟୁଟିରୁ ହିଁ ପଳାଇଥିଲା । ଆଉ ତା ପରେ ତା ପତ୍ତା ନ ମିଳିବାରୁ ହସ୍ପିଟାଲ କତୃପକ୍ଷ ପରଦିନ ଏନେଇ ସ୍ଥାନୀୟ ମଧୁପାଟଣା ଥାନାରେ ନିହାରିକା ନିଖୋଜ ନେଇ ଖବର କରିଥିଲେ। ନିହାରିକା ଶବ ବ୍ୟବଛେଦ କଟକ ଏସସିବିରେ ହେବ। ପୋଲିସ ଏହି ଘଟଣାରେ ଏବେ ପ୍ରେମିକ ରାଜାଙ୍କ ୬ ଜଣ ସମ୍ପର୍କୀୟଙ୍କୁ ଅଟକ ରଖିଥିବା ବେଳେ ରାଜା କିନ୍ତୁ ଫେରାର ଅଛି।

Share

Leave a Reply

Your email address will not be published. Required fields are marked *

four + 9 =