୪ ପ୍ଲାଜମାଦାତାଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ

ଭୁବନେଶ୍ବର() କରୋନାଠାରୁ ବର୍ତ୍ତିବା ଲାଗି ୨ ଟି ଉପାୟ ବଡ଼ ବଡ଼ ଡାକ୍ତର ଓ ବୈଜ୍ଞାନିକମାନେ କହିଆସୁଛନ୍ତି । ଗୋଟିଏ ହେଲା ସାମଜିକ ଦୂରତା ଓ ଅନ୍ୟଟି ହେଲା ପ୍ଲାଜମା ଥେରାପି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ କୋଭିଡ଼ ପଜିଟିଭରୁ ସୁସ୍ଥ ହୋଇଥିବା ଏକାମ୍ର ନିର୍ବାଚନ ମଣ୍ଡଳୀର ଚାରିଜଣ ବ୍ୟକ୍ତି କ୍ୟାପାଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଠାରେ ପ୍ଲାଜମା ଦାନ କରିଛନ୍ତି ।

ସେଠାରେ ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହି କର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀଧର ସାହୁ,ବ୍ଲଡ଼ ବ୍ୟାଙ୍କ ଡାକ୍ତର ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

4 × four =