ବିଜେପି ପାଇଁ ପିପିଲି ପ୍ରଚାର ମୈଦାନରେ ଧର୍ମେନ୍ଦ୍ର ପ୍ରଧାନ

ପିପିଲି: ପିପିଲିରେ ଜମୁଛି ଉପନିର୍ବାଚନ ପ୍ରଚାର । ବିଜେଡି ପ୍ରଚାରକୁ ପାଣିଚିଆ କରିବାକୁ ବିଜେପି ପାଇଁ ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଢ଼ଙ୍ଗୀ । ଗଲାକାଲି ଯେଉଁ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲି ଭୋଟ ମାଗୁଥିଲେ, ସେତିକିବେଳେ ବିଜେପି ଭରସା କରିଥିଲା ଅପରାଜିତାଙ୍କ ରୋଡ ସୋ ଉପରେ । ଆଉ ଷ୍ଟାର ପ୍ରଚାରକ ଭାବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପଂଚାୟତ ପରେ ପଂଚାୟତ ବୁଲି ଭୋଟ ମାଗିଥିଲେ ଅପରାଜିତା । ଆଉ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲିରେ କରିଛନ୍ତି ମେଗା ରୋଡ ସୋ । ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ଜାତୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କୁ ଧରି ହଜାର ହଜାର କର୍ମୀଙ୍କ ଗହଣରେ ପିପିଲି ଡେଲାଙ୍ଗ ବୁଲି ଭୋଟ ଅପିଲ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପିପିଲି – ଡେଲାଙ୍ଗ ଛାତି ଉପରେ ବିଶାଳ ରୋଡ ସୋ ବିଜେପି ପ୍ରତି ଜନସମର୍ଥନ ବୋଲି ଦେଖାଇବାକୁ ଯଥାସମ୍ଭବ ଚେଷ୍ଟା କରିଛି ଭାରତୀୟ ଜନତା ପାର୍ଟି ।


ସେପଟେ ମହିଳା ଭୋଟରଙ୍କୁ ନିଜ ଆଡକୁ ନେବାକୁ ବିଜେପି ଖେଳିଛି ମହିଳା କାର୍ଡ । ଇତିଶ୍ରୀ ଓ ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗକୁ ମୁଦ୍ଦା କରିବା ସହ ବିଜେଡିକୁ ଟାର୍ଗେଟ କରିବାକୁ ମଇଦାନକୁ ଓହ୍ଳାଇଛନ୍ତି ରାଜ୍ୟ ପ୍ରଭାରୀ ଡି ପୁରନେ୍ଦଶ୍ୱରୀଙ୍କ ଠାରୁ ନେଇ ପ୍ରଭାତୀ ପରିଡା, ଲେଖାଶ୍ରୀ ସାମନ୍ତସିଂହାର ଓ ପିଙ୍କି ପ୍ରଧାନ ପ୍ରମୁଖ । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ଭୋଟ ବିଜେଡି ପଟକୁ ଯାଉଥିବା ବେଳେ ଏହାକୁ ଫଟାଇ ଭୋଟ ସେୟାରିଂ ବଢ଼ାଇବାକୁ ବିଜେପି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି ।

Share

Leave a Reply

Your email address will not be published. Required fields are marked *

17 − 9 =