Friday, October 30, 2026
Latestରାଜ୍ୟ

ସପ୍ତମ ଦିନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର() ପୁଣି ଲଗାତାର ଭାବେ ସପ୍ତମ ଦିନରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ପେଟ୍ରୋଲ ଦାମରେ ୫୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ରେ ୬୧ ପଇସା ବୃଦ୍ଧି ପାଇଛି। ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଛଅ ଦିନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୩୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୩.୪୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡିଶାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୭୫.୦୭ ଟଙ୍କା ରହିଛି।

ସାର୍ବଜନୀନ କ୍ଷେତ୍ର ତୈଳ ମାର୍କେଟିଂ କମ୍ପାନୀଗୁଡିକର ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୪.୫୭ରୁ ବଢି ୭୫.୧୬ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୭୨.୮୧ରୁ ୭୩.୩୯ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୭୭.୦୫, ୮୨.୧୦, ୭୮.୯୯ଟଙ୍କା ରହିଛି। ଡିଜେଲ ବିଷୟରେ କହିବାକୁ ଗଲେ ଏହି ମେଟ୍ରୋଗୁଡ଼ିକରେ ଏହାର ମୂଲ୍ୟ ଯଥାକ୍ରମେ ୬୯.୨୩, ୭୨.୦୩, ୭୧.୬୪ ଟଙ୍କା ରହିଛି।

Share

Leave a Reply

Your email address will not be published. Required fields are marked *

18 + 14 =