ଓଡିଶାରେ ଅଢେଇ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ

ଆଗାମି ଦିନରେ ଓଡିଶାରେ ଅଢେଇ ଲକ୍ଷ କୋଟି ଟଙ୍କ ।ବିନିଯୋଗ କରାଯାଇ ଓଡିଶାକୁ ଶିଳ୍ପ ସମୃଦ୍ଧ କରାଯିବ ବୋଲି କେନ୍ଦ୍ର ଭୁପୃଷ୍ଟ ଓ ଜାହାଜ ଚଳାଚଳମନ୍ତ୍ରୀ ନୀତିନ ଗଡକରି କହିିଛନ୍ତି ।
ପାରାଦୀପ ଏବଂ କମାକ୍ଷା ନଗରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ଶ୍ରୀ ଗଡକରି କହିଛନ୍ତି ଯେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ହେଲେ ଓଡିଶା ସରକାରଙ୍କର ସହଯୋଗ ଦରକାର ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକୀୟ ଜମି ଯୋଗାଇ ଦେଲେ ଓଡିଶାରେ ଦ୍ରୁତ ଶିଳ୍ପାୟନକୁ କେହି ରୋକିପାରିବେ ନାହିଁ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାକୁ ଏକ ନମ୍ବର ବନ୍ଦରରେ  ପରିଣତ କରାଯିବ । ପାରାଦୀପରେ ଛୋଟ ବିମାନ ବନ୍ଦର ନିର୍ମାଣ ପାଇଁ ସ୍ଥିର ହୋଇଛି ।ଏହା ସହ ପାରାଦୀପରେ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଟେଣ୍ଡର ସରିଛି । ଆଗାମୀ ବର୍ଷ ୫ ହଜାର କୋଟି ଟଙ୍କା ପାରାଦୀପ ବନ୍ଦରରେ ନିବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ଏହି ସମସ୍ତ ସଭାରେ ଶ୍ରୀ ଗଡକରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । କାମାକ୍ଷାନଗର ସଭାରେ ରାଜ୍ୟ ପୁର୍ତ୍ତମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏବଂ ପାରାଦୀପ ସଭାରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − twelve =