ପାରାଦୀପ ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ସାର୍ଟିଫିକେଟ

ପାରାଦୀପ () ପାରାଦୀପ ଠାରେ ଆହାର କେନ୍ଦ୍ରରେ ଖାଦ୍ୟର ମାନ୍ୟତା ଏବଂ ସ୍ବଚ୍ଛତା ପାଇଁ ଆଇଓସି ମାନପତ୍ର ପାଇଛି । ଏହି ଯୋଜନାର ନୋଡାଲ ଏଜେନ୍ସି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି ।

ପାରାଦୀପ ପୌର ପାଳିକା ପକ୍ଷରୁ ପ୍ରସ୍ତୁତ ଏହି ଆହର କେନ୍ଦ୍ରରେ 5 ଟଙ୍କାରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ଏଠାରେ ଖାଦ୍ୟର ମାନ ଓ ସ୍ବଚ୍ଛତା ଏବଂ ସର୍ବୋପରି ସ୍ବଚ୍ଛ ପରିବେଶ ପାଇଁ ଆଇଏସଓ 9001-2015 ସାର୍ଟିଫିକେଟ ମିଳିଛି ।

2015 ଏପ୍ରିଲ ଏକ ତାରିଖରୁ ରାଜ୍ୟ ସରକାର ଆହାର କେନ୍ଦ୍ର ମାଧ୍ୟମରେ ରାଜ୍ୟର ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ 5 ଟଙ୍କାରେ ମଧ୍ୟାହ୍ନ ଭୋଜନ ଦେଉଛନ୍ତି । ନିକଟରେ ସହରାଞ୍ଚଳର କିଛି ଡାକ୍ତରଖାନା ପରିସରରେ ରାତ୍ରୀ ଭୋଜନ ମଧ୍ୟ ପ୍ରଦାନ କରାଯାଉଛି । ରାଜ୍ୟର ସବୁ ପୌର ପାଳିକା ଏବଂ ମହାନଗର ନିଗମରେ 158ଟି ଆହାର କେନ୍ଦ୍ର କାର୍ଯ୍ୟ କରୁଛି । ଖାଦ୍ୟର ମାନ ଓ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

1 + 15 =