ପରିବର୍ତ୍ତନ ହେବ ପରେଡ଼ ସ୍ଥାନ

ଭୁବନେଶ୍ବର()  ଚଳିତ ଥର ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ବଦଳାଇବା ପାଇଁ ଡିଜିପି ସ୍ଥାନ ପରିଦର୍ଶନ କରୁଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ଅନ୍ୟସ୍ଥାନରେ ହୋଇପାରେ ସ୍ୱାଧିନତା ଦିବସ ପରେଡ଼ । ଆସନ୍ତା ସ୍ୱାଧିନତା ଦିବସରୁ ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ପରିବର୍ତ୍ତନ କରାଯାଇପାରେ । ରାଜଧାନୀ ଭୁବନେଶ୍ୱରରେ ଆଜି ପୋଲିସ ଡିଜି ପରେଡ଼ ସ୍ଥାନ ବଦଳାଇବା ପାଇଁ ବିକଳ୍ପ ଭାବେ ୩ଟି ସ୍ଥାନ ପରିଦର୍ଶନ କରିଛନ୍ତି । ଆଜି ଡିଜି ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ ବୁଲି ଦେଖୁଛନ୍ତି । ଏହିସବୁ ସ୍ଥାନ ପରିଦର୍ଶନରେ ଡିଜିପିଙ୍କ ସହ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + five =