ଜିଲ୍ଲା ଟପ୍ପରଙ୍କ ସହ କଥା ହେଲେ ୫-ଟି ସଚିବ

ମାଲକାନଗିରି() ମାଲକାନଗିରି ଜିଲ୍ଲା ଖଇରପୁଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଟପ୍ପରଙ୍କ ସହ କଥା ହୋଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ ପାତ୍ର ୯୫.୪ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି ।

ତେବେ ତାଙ୍କର ଏହି ସଫଳତା ପାଇଁ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଅମ୍ରିତଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅମ୍ରିତ୍ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଫୋନ୍‌ରେ କଥା ହୋଇଥିବାରୁ ସେ ଓ ତାଙ୍କ ପରିବାର ଖୁସିବ୍ୟକ୍ତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × four =