Friday, October 30, 2026
Latestରାଜନୀତିରାଜ୍ୟ

ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପଲ୍ଲବୀ

ପିପିଲି: ପିପିଲିରେ ଏବେ ନିର୍ବାଚନୀ ପାଣିପାଗ ସରଗରମ ହୋଇଥିବା ସମୟରେ ବେଶ୍ ଜମୁଛି ନିର୍ବାଚନ ମାହୋଲ । ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପିପିଲିରେ ଘରକୁ ଘର ବୁଲି କରୁଛନ୍ତି ଜୋରଦାର କ୍ୟାମ୍ପେନିଂ ।ତେବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ପିପିଲି ବାଜି ହାତେଇବା ପାଇଁ ଚଳାଇଛନ୍ତି ଜୋରଦାର ପ୍ରୟାସ ଆଉ ଏହି ପ୍ରୟାସରେ ଭାଇର ସାହାଯ୍ୟ ପାଇଁ ପିପିଲି ପ୍ରଚାରରେ ଲାଗି ପଡିଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀ। ଏହା ବ୍ୟତୀତ ରୁଦ୍ରଙ୍କ ପାଇଁ ମଇଦାନରେ ଲଢେଇ କରୁଛନ୍ତି ବିଜେଡିର ବରିଷ୍ଠ ନେତା ।

ପିପିଲିରେ ବିଜେଡିର ନିର୍ବାଚନ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ଘରକୁ ଘର ବୁଲି ଭାଇ ରୁନ୍ଦ୍ର ପାଇଁ ଭୋଟ ମାଗିଛନ୍ତି ଭଉଣୀ ଓ ଭିଣୋଇ । ପିପିଲି ବାସୀଙ୍କ ସହ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ପଲ୍ଲବୀ ମହାରଥୀ ।

Share

Leave a Reply

Your email address will not be published. Required fields are marked *

fifteen + twenty =