Friday, October 30, 2026
Latestରାଜ୍ୟ

ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର

ଭୁବନେଶ୍ୱର() ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି । ଆଗକୁ ୨୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା ପୂର୍ବରୁ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମନ୍ତ୍ରୀ କହିଛନ୍ତି, ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ କରାଯିବ। ସେଥିମଧ୍ୟରୁ ପ୍ରତି ୩୦ କି.ମି. ରାସ୍ତାରେ ସ୍କ୍ୱାର୍ଡ ରଖିବାର ବନ୍ଦୋବସ୍ତ କରାଯିବ । ରାସ୍ତା କଡ଼ରେ ପାର୍କିଂ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯିବ । ତେବେ ଏଥିପାଇଁ ଅଧିକ ଆର୍ଥିକ ସହଯୋଗ ଓ ମାନବ ସମ୍ବଳର ଆବଶ୍ୟକତା ରହିଛି ।

Share

Leave a Reply

Your email address will not be published. Required fields are marked *

15 − fourteen =