ହାଇକୋର୍ଟ ଦେଲେ ପ୍ରବଚନ ଅନୁମତି, ଜମିବ ଭକ୍ତଙ୍କ ଆସର

କଟକ: ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ବିବାଦୀୟ ସାରଥି ବାବା। ସାରଥିଙ୍କ ଭଜନ ଶୁଣିବା ପାଇଁ ଜମିବ ଭକ୍ତଙ୍କ ଆସର | ପ୍ରବଚନ ଦେବା ନେଇ ସାରଥିଙ୍କୁ ମିଳିଛି ହାଇକୋର୍ଟ ଅନୁମତି । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ। କୋଭିଡ୍ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପ୍ରବଚନ ଦେବା ପାଇଁ ସାରଥି କୋର୍ଟରେ ଅପିଲ କରିଥିଲେ।

ସାରଥି ତାଙ୍କ ଅପିଲରେ କହିଥିଲେ ଯେ, କେନ୍ଦ୍ରାପଡ଼ା ବାରିମୂଳ ଛାଡ଼ି ରାଜ୍ୟରେ ଯେ କୌଣସି ସ୍ଥାନରେ ପ୍ରବଚନ ପାଇଁ ଅନୁମତି ଦିଆଯାଉ। ତେବେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଏବେ ବି ୧୪୪ ଧାରା ଜାରି ରହିଛି। ତେବେ ଆଜି ଉକ୍ତ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରି ଜିଲ୍ଲା ପୁଲିସ ଆଇନ ଶୃଙ୍ଖଳା ଉପରେ ନଜର ରଖାଯାଇଛି। ପ୍ରାୟ ଚାରି ବର୍ଷ ଜେଲ୍‌ରେ ରହିବା ପରେ ଗତ ବର୍ଷ ଜୁଲାଇ ୨୫ରେ ଚୌଦ୍ଵାର ଜେଲ୍‌ରୁ ମୁକୁଳିଥିବା ସାରଥି ପୁଣି ଥରେ ପ୍ରବଚନ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ତାଙ୍କୁ ଅନୁମତି ଦେଇଛନ୍ତି।

ଗତ ବର୍ଷ ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଥିଲେ ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସାରଥିଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଏପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ। ପ୍ରଥମେ ୨୦୧୭ ଏବଂ ପରେ ୨୦୧୯ରେ ସାରଥୀଙ୍କୁ ଜାମିନ ମିଳିଥିଲା। ସାରଥି ଜେଲରୁ ବାହାରି ଶୋଭାଯାତ୍ରା କରିପାରିବେନି କି ବାରିମୂଳ ବା କେନ୍ଦ୍ରାପଡ଼ା ଯାଇ ପାରିବେନି ବୋଲି ସର୍ତ୍ତ ରଖିଥିଲେ କୋର୍ଟ।

ସେହିପରି ସେ ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଠିକଣା ଓ ଟେଲିଫୋନ୍ ନମ୍ବର ସିଲ୍ କଭରରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଜେଲରୁ ବାହାରିବା ପରେ ସାରଥିଙ୍କ ଜୀବନ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ସେ ଯେତେବେଳେ ଚାହିଁବେ ତାଙ୍କୁ ସ୍ଥାନୀୟ ପୁଲିସ ତୁରନ୍ତ ସୁରକ୍ଷା ଯୋଗାଇ ଦେବ ବୋଲି ହାଇକୋର୍ଟ ୨୦୧୭, ଅଗଷ୍ଟ ୪ରେ ନିର୍ଦ୍ଦେଶ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

15 − seven =