ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓଏମସି ଦେଲେ ୫୦୦କୋଟି

ଭୁବନେଶ୍ୱର() ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । କରୋନା ମୁକାବିଲା ପାଇଁ ଆଜି ଓଏମସି ୫୦୦କୋଟି ଟଙ୍କା ଦେଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦କୋଟି ଟଙ୍କା ପ୍ରଦାନ କରିଛି ।

ଉଲ୍ଲେଖଯୋଗ୍ୟ ଯେ କରୋନା ମୁକାବିଲା ପାଇଁ ପ୍ରଥମେ କରୋନା ଫଣ୍ଡକୁ ୩ମାସର ଦରମା ଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଲୋକଙ୍କ ସହାୟତା ପାଇଁ ବିଜେଡ଼ିର ସବୁ ସାଂସଦ ଓ ବିଧାୟକମାନେ ନିଜର ୩ମାସର ଦରମା ମଧ୍ୟ ଦାନ କରିବେ । ମାର୍ଚ୍ଚ ୨୯ସୁଦ୍ଧା ସିଏମ ରିଲିଫ ଫାଣ୍ଡିକୁ ଦାନ କରିବା ନେଇ ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଆହ୍ୱାନ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

five × two =