ବୁଢାବୁଢ଼ୀ, ଭିନ୍ନକ୍ଷମ, ବିଧବା ସମସ୍ତଙ୍କ ଦୁଃଖ ବୁଝିଲେ ନବୀନ

ଭୁବନେଶ୍ୱର ()

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ମୁଖ୍ୟମନ୍ତ୍ରୀ ଆମ କଥାରେ ଜନସାଧାରଣଙ୍କ ସହ ସିଧାସଳଖ କଥା ହୋଇଥିଲେ । ଏହି ଅବସରରେ ସେ ସମାଜିକ ସୁରକ୍ଷା ହିତାଧିକାରୀଙ୍କ ଭତ୍ତାରେ 200 ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମାଜିକ ସୁରକ୍ଷା ଉପରେ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ସମାଜର ଗରିବ ଲୋକଙ୍କ କଲ୍ୟାଣ କଥା ସେ ସବୁବେଳେ ଚିନ୍ତା କରୁଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ରାଜ୍ୟର ସବୁ  ଯୋଗ୍ୟ ହିତାଧିକାରୀ ସମାଜିକ ସୁରକ୍ଷା ପାଆନ୍ତୁ । ତାକୁ ଦୃଷ୍ଟିରେ ରଖି ନିକଟରେ ଆମେ ମଧୁବାବୁ ପେନସନ ଯୋଜନାରେ ଅଧିକ 5 ଲକ୍ଷ ଲୋକଙ୍କୁ ସାମିଲ କରିଛୁ । ଏହାଦ୍ବାରା 48 ଲକ୍ଷ ହିତାଧିକାରୀ ସମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଲେ’ ।

‘ଆପଣଙ୍କ କଲ୍ୟାଣ ପାଇଁ ଆପଣ ପାଉଥିବା ଭତ୍ତାରେ ଅଧିକ 200 ଟଙ୍କା ବୃଦ୍ଧି କରିବାକୁ ମୁଁ ନିଷ୍ପତ୍ତି ନେଇଛି । ଏହାଦ୍ବାରା 300 ଟଙ୍କା ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମିଳିବ 500 ଟଙ୍କା । ସେହିପରି 80 ବୟଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ 700 ଟଙ୍କା । 15 ଫେବୃଆରୀ 2019ରୁ ମଧୁବାବୁ ପେନସନ ଯୋଜନାରେ ଏହି ବର୍ଦ୍ଧିତ ଭତ୍ତା ମିଳିବ । ରାଜ୍ୟର 48 ଲକ୍ଷ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ସମସ୍ତେ ଏହି ଭତ୍ତା ବୃଦ୍ଧି ଦ୍ବାରା ଉପକାର ପାଇବେ । ଗରୀବ ଲୋକଙ୍କ କଲ୍ୟାଣ ମତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ । ଆପଣମାନେ ଭଲରେ ରହିଲେ, ତାହା ମୋର ସବୁଠାରୁ ବଡ ଖୁସି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିଭଳି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ରାଜ୍ୟର 300 ବ୍ଲକ ଅତିକ୍ରମ କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଏହା ଆଜି 306 ବ୍ଲକରେ ପହଁଚିଛି । ରାଜ୍ୟର ସମୁବାଦ 314 ବ୍ଲକ ମଧ୍ୟରୁ ଆଉ ମାତ୍ର 8ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଅଛି । ବିକାଶ ପ୍ରକ୍ରିୟାରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସୃଷ୍ଟି କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଭାବେ ଲୋକପ୍ରିୟ ହୋଇଛି ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ କଥା ହୋଇ ସେମାନଙ୍କ ପ୍ରକଳ୍ପକୁ ମଂଜୁରୀ ଦେଇଥାନ୍ତି । ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ 306 ବ୍ଲକର 6623 ଗ୍ରାମପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଂଜୁରୀ କରିଛନ୍ତି । ଏପର୍ଯ୍ୟନ୍ତ 61ହଜାର 170 ପ୍ରକଳ୍ପ ପାଇଁ 1514.87 କୋଟି ଟଙ୍କା ମଂଜୁର କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ 10ଟି ଜିଲ୍ଲାର 10ଟ ବ୍ଲକ ପାଇଁ 40.86 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତ । ଏହିସବୁ ବ୍ଲକଗୁଡିକ ହେଲା ବଲାଙ୍ଗିର ଜିଲ୍ଲାର ଦେଓଗାଁ, ବାଲେଶ୍ବର ଜିଲ୍ଲାର ସୋର, ନୟାଗଡ ଜିଲ୍ଲାର ଭାପୁର, ଦେବଗଡ ଜିଲ୍ଲାର ବରକୋଟ, ମୟୁରଭଂଜ ଜିଲ୍ଲାର କୁସୁମି, କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର, ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ସଦର ବ୍ଲକ, କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଓ ମାଲକାନ ଜିଲ୍ଲାର ପଡିଆ ବ୍ଲକ ।

Share

Leave a Reply

Your email address will not be published. Required fields are marked *

sixteen − 11 =