ଓଡିଶାବାସୀ ମୋ ପରିବାର, ପରିବାରକୁ ଦେଇଥିବା ପ୍ରତିଶ୍ରୁତି ପାଳିଛି ଓ ପାଳିବି

5 ବର୍ଷର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ୨୦୧୪ ମେ ୨୧ ତାରିଖ ସରକାର ଗଠନର ପ୍ରଥମ ସନ୍ଧ୍ୟାରେ ନିର୍ବାଚନ ଇସ୍ତାହାରକୁ ସଂପୁର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାର ଯେଉଁ ପ୍ରତିଶୃତି ନିଆଯାଇଥିଲା ତାର ସଫଳ କାର୍ଯ୍ୟକାରୀତାର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନ୍ମ ବାର୍ଷିକ ସରକାରୀ ଛୁଟି ଦିନରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦ ବୈଠକ ଡାକି ତାଙ୍କ ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପିତ କରିବା ସହ ପୁଣିଥରେ ତାଙ୍କୁ ସରକାର ଗଠନର ସୁଯୋଗ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।

ସେ ଓଡିଶାବାସୀ ଙ୍କୁ ନିଜର ପରିବାର ବୋଲି ସମ୍ଭୋଧିତ କରି ନିଜ ପରିବାର ପାଖେର ଯାହା କଥା ଦେବି ତାକୁ ପୂରଣ କରି ନୂଆ ଓଡିଶା ଗଠନ ପାଇଁ କାମ କରିବି, ଏହି ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଚତୁର୍ଥ ପାଳି ବିଜେଡି ସରକାର ସଫଳତାର ଲମ୍ବା ତାଲିକା ଦେଇଛନ୍ତି । ସମ୍ବବତଃ ଏହି ସରକାରର ଏହା ଶେଷ ମନ୍ତ୍ରୀ ପରିଷଦ ବୈଠକ। ଏଥିସହିତ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ନୂଆ କରି ୪ଲକ୍ଷ ୮୦ହଜାର ନୂଆ ହୀତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜିର କାଳିଆ ହିତାଧିକାରୀଙ୍କୁ ମିଶାଇ ପ୍ରାୟ 36 ଲକ୍ଷ ଚାଷୀଙ୍କୁ ୧୬୦୦ କୋଟି ଟଙ୍କା କାଳିଆ ସହାୟତା ଦିଆଯାଇଛି ।

ପ୍ରତିଶୃତି ପାଳନର ହିସାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତିର ମା ମାନେ, ପଞ୍ଚାୟତିରାଜ ପ୍ରତିନିଧିଗଣ, ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀ ଗଣ ସମସ୍ତଙ୍କ ସହଯୋଗରେ ଆମେ ଏତେ ବାଟ ଆସି ପାରିଛୁ । ରାଜ୍ୟର ଯୁବକଙ୍କୁ କାର୍ଯ୍ୟ କୁଶଳତା ଏବଂ ଦକ୍ଷତା ପାଇଁ ଦେଶରେ ମିଳିଛି ଦ୍ବିତୀୟ ସ୍ଥାନ, ଯୁବ ଶିଳ୍ପଦ୍ୟୋଗୀଙ୍କୁ ମିଳିଛି ପ୍ରଥମ ସ୍ଥାନ, ରପ୍ତାନୀକୁ ମିଳିଛି ଚମ୍ପିଆନ ଆକ୍ଷ୍ୟା । ପ୍ରତିଶୃତି ମୁତାବକ କୃଷି ଋଣରେ ସୁଧା ହାର ଶୂନ ପ୍ରତିଶତକୁ ହ୍ରାସ କରାଯାଇଛି । ଚାଷୀଙ୍କୁ 50 ହଜାର ପର୍ଯ୍ୟନ୍ତ ଋଣରେ ସୁଧ ଦେବାକୁ ପଡିବ ନାହିଁ । 5 ବର୍ଷରେ ଅଧିକ 10 ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ପ୍ରତିଶୃତି ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଦିଆଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ । ଚାଷୀଙ୍କ ପାଇଁ କାଳିଆ ଯୋଜନାରୁ ଆରମ୍ଭ କରି, ସ୍ବାସ୍ଥ୍ୟ ସେବାରେ ସେହିଭଳି ନିରାମୟ ଅଭିଯାନ ମାଧ୍ୟମରେ ସବୁ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଦିଆଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶରେ ଏକ ଉଦାହାରଣ ହୋଇଛି । ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଯାଇଛି । ଏଥିସହିତ ସମସ୍ତ ଗରିବ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ମହିଳାଙ୍କ କ୍ଷେତ୍ରରେ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ଦିଆଯାଉଛି ବୋଲି ସେ କହିଥିଲେ ।

ସେହିଭଳି ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଗତ 5 ବର୍ଷରେ 20 ଲକ୍ଷ ପକ୍କା ଘର ଦିଆଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗରିବଙ୍କୁ ଜମି ଦିଆଯାଇଛି । ସହରରେ ରହୁଥିବା ଗରିବଙ୍କୁ ଜାଗା ମିଶନ ଜରିଆରେ ଘର ଡିହ ଯୋଗାଇ ଦିଆଯାଉଛି । ଖାଦ୍ୟ ସୁରକ୍ଷାରେ ସେହିଭଳି ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ କେନ୍ଦ୍ରୀୟ ତାଲିକାରୁ ବାଦ ପଡିଥିବା 25ଲକ୍ଷ ହିତାଧିକାରୀଙ୍କ ପାଇଁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଚାଷୀ ପିଲାଙ୍କ ବୃତ୍ତିଗତ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ଆରମ୍ଭ ହୋଇଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଋଣରେ ସୁଧ ହାର ହ୍ରାସ କରାଯାଇଛି । ସେହିପରି ମହିଳା ସଶକ୍ତିକରଣରେ ରାଜ୍ୟର 70 ଲକ୍ଷ ମହିଳାଙ୍କୁ ମିଶନ ଶକ୍ତିରେ ସାମିଲ କରାଯାଇଥିବା ବେଳେ ପଂଚାୟତ ଓ ପୌର ସଂସ୍ଥାରେ 50 ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଭିଯାନର ବିଜେଡି ନେତୃତ୍ବ ନେଉଛି । ଶିଳ୍ପ କ୍ଷେତ୍ରରେ ମଧ୍ୟ ମେକ ଇନ ଓଡିଶା ଜରିଆରେ ଗତ 5 ବର୍ଷରେ 7ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ପୁଂଜନିବେଶ ପ୍ରସ୍ତାବ ଆସିଛି ।

Share

Leave a Reply

Your email address will not be published. Required fields are marked *

seventeen + fourteen =