Friday, October 30, 2026
Latestରାଜ୍ୟ

ସହିଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ଲକ୍ଷର ଆର୍ଥିକ ସହାୟତା

ଭୁବନେଶ୍ୱର: କୋଭିଡ୍‌ ଡ୍ୟୁଟି ସମୟରେ କୌଣସି କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ୍‌ ଡ୍ୟୁଟି ସମୟରେ କାର୍ଯ୍ୟରତ ଯୋଦ୍ଧାଙ୍କ ମୃତ୍ୟୁରେ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ଦେବେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦେଶରେ କରୋନା ସଂକ୍ରମଣ ସାଙ୍ଘାତିକ ରୂପ ଧାରଣ କରିଛି | ସେହିଭଳି ରାଜ୍ୟରେ ମଧ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସଂକ୍ରମଣ ଆଉ ଏହି ମହାମାରୀର କଠୋର ସମୟରେ କରୋନା ମୁକାବିଲା ପାଇଁ ଆଗକୁ ଆସିଛନ୍ତି ସ୍ବାସ୍ଥ୍ୟ କର୍ମୀ ଏବଂ ଆଗ ଧାଡିର ଯୋଦ୍ଧାମାନେ, ନିଜ ଜୀବନକୁ ବାଜି ଲଗାଇ ଅନବରତ ସେବା ଯୋଗାଇଦେଉଛନ୍ତି । ତେଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଡ୍ୟୁଟି ବେଳେ ମୃତ୍ୟୁ ହେଲେ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ।

Share

Leave a Reply

Your email address will not be published. Required fields are marked *

4 × 1 =